ମୁମ୍ବାଇ: ଛାଡ଼ପତ୍ର ହୋଇ ସାରିଥିଲେ ବି ବଲିଉଡ୍ର ମୋଷ୍ଟ୍ ହ୍ୟାଣ୍ଡ୍ସମ୍ ହ୍ରିତିକ୍ ରୋଶନ ଏବଂ ପତ୍ନୀ ସୁଜାନେଙ୍କ ଭିତରେ କେବେ ଦୂରତା ଦେଖିବାକୁ ମିଳିନାହିଁ। ସେମାନଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍ ଗୁଡ଼ିକରୁ ଦୁହିଁଙ୍କ ଭିତରର ଘନିଷ୍ଠତା ଏବେ ବି ଦେଖିବାକୁ ମିଳେ।
ଏହି ଲକ୍ଡାଉନ୍ ସମୟରେ ହ୍ରିତିକ୍ ତାଙ୍କର ଦୁଇ ପିଲା ରେହାନା ଏବଂ ରିଦାନଙ୍କ ସହ ନିଜ ଘର ବାଲ୍କୋନିରେ ଦେଖିବାକୁ ମିଳିଛନ୍ତି। ବାପାପୁଅ ତିନିହେଁ ବାଲ୍କୋନିରେ ଧାଡ଼ି ହୋଇ ଛିଡ଼ା ହୋଇଥିବା ବେଳର ଏକ ଫଟୋକୁ କ୍ଲିକ୍ କରି ସୁଜାନେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି। ଇନ୍ଷ୍ଟାରେ ଫଟୋ ସେୟାର୍ କରିବା ସହ ସେ ଏକ ସୁନ୍ଦର କବିତା ବି ଲେଖିଛନ୍ତି। ଆପଣ ଜାଣିରଖନ୍ତୁ ଯେ କବିତାଟି ସୁଜାନେଙ୍କ ମୌଳିକ କବିତା ନୁହେଁ।
ଉଲ୍ଲେଖଯୋଗ୍ୟ, ହ୍ରିତିକ୍ ଓ ସୁଜାନେ ୨୦୦୦ ମସିହାରେ ପରସ୍ପରଙ୍କୁ ବିବାହ କରି ୨୦୦୪ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା। ସେମାନଙ୍କର ରେହାନ ଓ ରିଦାନ ନାମରେ ଦୁଇ ପୁଅ ଅଛନ୍ତି।