ବ୍ରହ୍ମାସ୍ତ୍ର ରିିଲିଜ୍ ପୂର୍ବରୁ ବ୍ରହ୍ମାସ୍ତ୍ର-୨ରେ କାମ କରିବାକୁ ମନା କଲେ ହ୍ରିତିକ୍ ରୋଶନ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିକ୍ରମ ବେଦା’ର ରିଲିଜ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନଙ୍କ ସହ ହ୍ରିତିକ ରୋଶନଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ରିଲିଜ୍ ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଦେଖାଯାଇଛି। ଫିଲ୍ମରେ ହ୍ରିତିକଙ୍କ ଲୁକକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଲିଉଡର ‘ଗ୍ରୀକ୍ ଗଡ୍’ ଭାବେ ଜଣାଶୁଣା ହ୍ରିତିକ ରୋଶନଙ୍କୁ ‘ବ୍ରହ୍ମାସ୍ତ୍ର-୨’ ଚଳଚ୍ଚିତ୍ର ଅଫର କରାଯାଇଥିବା ବେଳେ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମ ପାଇଁ ହ୍ରିତିକଙ୍କୁ ଦେବ ଚରିତ୍ର ଅଫର କରାଯାଇଥିଲା। କିନ୍ତୁ ହ୍ରିତିକ ଏହି ଚରିତ୍ର କରିବାକୁ ମନା କରିବା ସହ ଅନ୍ୟ ଦୁଇଟି ଫିଲ୍ମର ଅଫରକୁୁ ଗ୍ରହଣ କରିଥିଲେ। ଗୋଟିଏ ହେଲା ‘କ୍ରିସ୍-୪’ ଏବଂ ଅନ୍ୟଟି ହେଲା ‘ରାମାୟଣ’। ଏବେ ବ୍ରହ୍ମାସ୍ତ୍ର ଟିମ୍ ଦେବ୍ ଚରିତ୍ର  ପାଇଁ ଅନ୍ୟ ଅଭିନେତାଙ୍କୁ ଖୋଜିବା ଆରମ୍ଭ କରିଛି।

ତେବେ ହ୍ରିତିକ ନିଜେ ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହର ଓ ଅୟାନ ମୁଖାର୍ଜୀଙ୍କୁ ଫୋନ କରି ଫିଲ୍ମ କରିପାରିବେ ନାହିଁ ବୋଲି ମନା କରିଥିଲେ ବୋଲି କୁହାଯାଉଛି। କାରଣ ଜଣାଇ ସେ କହିଥିଲେ ଯେ, ‘କ୍ରିସ୍-୪’ ଏବଂ ‘ରାମାୟଣ’ରେ ଭିଏଫଏକ୍ସର ବ୍ୟବହାର କରାଯାଇଛି। ଏଭଳି ସ୍ଥିତିରେ ସେ ଆଉ ଏକ ଭିଏଫଏକ୍ସ ଥିବା ଫିଲ୍ମ କରିପାରିବେ ନାହିଁ ବୋଲି କହିଥିଲେ ହ୍ରିତିକ।

ସମ୍ବନ୍ଧିତ ଖବର