ଗୁରୁତର ଅବସ୍ଥାରେ ରିତିକ୍‌ଙ୍କ ଭଉଣୀ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ମିଳିଥିଲା ଖବର, ଟୁଇଟ୍‌ କରି ମିଛ ବୋଲି କହିଲେ ସୁନୈନା

ମୁମ୍ବାଇ : ରିତିକ୍‌ ରୋଶନଙ୍କ ଭଉଣୀ ସୁନୈନା ରୋଶନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା । ତାଙ୍କର ବାଇପୋଲାର ଡିଜଅର୍ଡର ସମସ୍ୟା ଥିବା ସହ ମାନସିକ ସ୍ଥିତି ଅଧିକ ବିଗିଡ଼ିବାରୁ ତୁରନ୍ତୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା । ଏହା ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ କିଛି କୁହାଯାଇ ପାରିବ ନାହିଁ ବୋଲି ଖବର ସାମ୍ନାକୁ ଆସିଥିବା ବେଳେ ଏହାକୁ ଟୁଇଟ୍‌ କରି ମିଛ ବୋଲି କହିଛନ୍ତି ସୁନୈନା । ଟୁଇଟ୍‌ କରି, ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ । ମୁଁ ଏବେ ମୋ ସାଙ୍ଗମାନଙ୍କ ସହ ପାର୍ଟି କରୁଛି । ଦୟା କରି ଟାଇମ୍ସ ଅଫ୍‌ ଇଣ୍ଡିଆ ଛାପିଥିବା ଖବରକୁ ଭଲ ଭାବରେ ଦେଖି ନିଅନ୍ତୁ ବୋଲି ଲେଖିିଛନ୍ତି ସୁନୈନା ।

India TV

ସୂଚନା ମୁତାବକ, ପୂର୍ବରୁ ଅନେକ ଶାରୀରିକ ସମସ୍ୟା ଦେଇ ଗତି କରି ସାରିଛନ୍ତି ସୁନୈନା । ଗତବର୍ଷ ଏକ ସାକ୍ଷାତକାରରେ ସୁନୈନା ନିଜର ଓଜନ କମ କରିବାର ଯାତ୍ରା ବିଷୟରେ ଜଣାଇଥିଲେ । ତାଙ୍କର ଓଜନ ୧୪୦କିଲୋ ଥିବା ବେଳେ ଭାଇ ରିତିକ୍‌ଙ୍କ ପରାମର୍ଶକ୍ରମେ ସେ ବାରିୟାଟ୍ରିକ୍‌ ସର୍ଜରୀ କରାଇଥିଲେ । ଯାହା ପରେ ତାଙ୍କ ଓଜନ ୬୫କିଲୋ ହୋଇଥିଲା । କିଛି ଦିନ ତଳେ କ୍ରେଜି-୪ର ସୁଟିଂ ସମୟରେ ତାଙ୍କ ପାଟିରୁ ରକ୍ତ ବାହାରିବା ପରେ ସେ କର୍କଟ ରୋଗରେ ପୀଡ଼ିତ ଥିବା ସାମ୍ନାକୁ ଆସିଥିଲା । କେମୋଥେରାପି କରାଯିବା ପରେ ତାଙ୍କର ସବୁ କେଶ ଝଡ଼ିଯିବା ସହ ସେ ଅବସାଦଗ୍ରସ୍ଥ ହୋଇ ଯାଇଥିଲେ । କର୍କଟ ରୋଗ ସମେତ ତାଙ୍କୁ ମଧୁମେହ, ଫ୍ୟାଟି ଲିଭର, ହାଇପରଟେନ୍‌ସନ ଭଳି ସମସ୍ୟା ରହିଛି ।

ସମ୍ବନ୍ଧିତ ଖବର