ରିତିକ୍‌ଙ୍କ ଉପରେ ଗମ୍ଭୀର ଆରୋପ ଆଣିଲେ କଙ୍ଗନାଙ୍କ ଭଉଣୀ: ମୁସ୍‌ଲିମ୍‌ ଯୁବକଙ୍କୁ ଭଲ ପାଉଥିବାରୁ ଘରେ ନିର୍ଯାତନାର ଶିକାର ହେଉଛନ୍ତି ରିତିକ୍‌ଙ୍କ ଭଉଣୀ ସୁନୈନା, କଙ୍ଗନାଙ୍କୁ ମାଗୁଛନ୍ତି ସାହାଯ୍ୟ

ମୁମ୍ବାଇ: ମଙ୍ଗଳବାର ଟୁଇଟ୍‌ କରି ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନଙ୍କ ଭଉଣୀ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଟୁଇଟ୍‌ରେ ସେ କଙ୍ଗନାଙ୍କୁ ସମର୍ଥନ କରୁଥିବା କଥା ଲେଖିବା ପରେ ଚାରିଆଡ଼େ ଚହଳ ପଡ଼ି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ବୁଧବାର କଙ୍ଗନାଙ୍କ ଭଉଣୀ ଆଉ ଏକ ଚାଞ୍ଚଲ୍ୟକର ଟୁଇଟ୍‌ କରିଛନ୍ତି । ରିତିକ୍‌ଙ୍କ ଭଉଣୀ ସୁନୈନାଙ୍କୁ ତାଙ୍କ ଘରେ ଶାରୀରିକ ଏବଂ ମାନସିକ ସ୍ଥରରେ ନିର୍ଯ୍ୟାତନା ଦିଆଯାଉଥିବା ଲେଖିଛନ୍ତି ରଙ୍ଗୋଲି ଚନ୍ଦେଲ ।

ଟୁଇଟ୍‌ରେ, ସୁନୈନା ରୋଶନ କଙ୍ଗନାଙ୍କୁ ସାହାଯ୍ୟ ମାଗୁଛନ୍ତି । ସୁନୈନା ଜଣେ ମୁସ୍‌ଲିମ୍‌ ଯୁବକଙ୍କ ଭଲ ପାଉଥିବାରୁ ତାଙ୍କ ଘରେ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଛନ୍ତି । ପୂର୍ବ ସପ୍ତାହରେ ଜଣେ ମହିଳା ପୁଲିସକର୍ମୀଙ୍କୁ ଘରକୁ ଆଣି ସୁନୈନାଙ୍କୁ ଚାପୁଡ଼ା ମରାଇବା ସହ ତାଙ୍କ ବାପା ରାକେଶ ରୋଶନ ସୁନୈନାଙ୍କୁ ମାଡ଼ ମାରିଥିଲେ । ତାଙ୍କ ଭାଇ ରିତିକ୍‌ ତାଙ୍କୁ ଘର ଭିତରେ ବନ୍ଦ କରି ରଖିବାକୁ ଚେଷ୍ଟା କରୁଛନ୍ତି ।

ସୁନୈନା ବାରମ୍ବାର କଙ୍ଗନାଙ୍କୁ ଫୋନ କରି କାନ୍ଦିବା ସହ ସାହାଯ୍ୟ କରୁଛନ୍ତି । କିନ୍ତୁ କଙ୍ଗନା କିଭଳି ସାହାଯ୍ୟ କରିବେ ବୋଲି ଜାଣି ପାରୁ ନାହାନ୍ତି । ଆଶା କରୁଛି କି, ଏବେ ରୋଶନ ପରିବାରର ଅସଲ ଚେହେରା ସାମ୍ନାକୁ ଆସିବା ପରେ ସେମାନେ ଏଭଳି କରିବା ବନ୍ଦ କରିଦେବେ ବୋଲି ଲେଖିଛନ୍ତି ରଙ୍ଗୋଲି । ତାଙ୍କର ଏଭଳି ଟୁଇଟ୍‌ ଏବେ ଲୋକମାନଙ୍କ ମନରେ ନାନ ପ୍ରକାରର ପ୍ରଶ୍ନ ସୃଷ୍ଟି କରିଛି ।

ସୂଚନା ମୁତାବକ, ସୁନୈନା ମଙ୍ଗଳବାର ଦୁଇଟି ଟୁଇଟ୍‌ କରିଥିଲେ ।

ପ୍ରଥମ ଟୁଇଟ୍‌ରେ କଙ୍ଗନାଙ୍କୁ ସମର୍ଥନ କରୁଛି ବୋଲି ଲେଖିଥିବା ବେଳେ ଦ୍ୱିତୀୟ ଟୁଇଟ୍‌ରେ, ଲଗାତାର ନର୍କରେ ରହି ରହି ମୁଁ ଥକି ଗଲାଣି ବୋଲି ଲେଖିଥିଲେ ସୁନୈନା ।

ସମ୍ବନ୍ଧିତ ଖବର