ବିହାରୀ ଶିକ୍ଷକ ସାଜିଛନ୍ତି ହ୍ରିତିକ୍‌

ମୁମ୍ବାଇ: ଲିଉଡରେ ହ୍ରିତିକ ସେହି ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ଯିଏ ବହୁତ ଚିନ୍ତା କରି ୨ ବର୍ଷରେ ଗୋଟିଏ ଫିଲ୍ମରେ ସାଇନ କରିଥାଆନ୍ତି। ‘କାବିଲ’ ଫିଲ୍ମ ପରେ ସୁପରଷ୍ଟାର ହ୍ରିତିକ ରୋଶନ ’ସୁପର-୩୦’ ଜରିଆରେ ବଲିଉଡକୁ ଫେରିବାକୁ ଯାଉଛନ୍ତି । ‘ସୁପର-୩୦’ରେ ହ୍ରିତିକ ପ୍ରଥମଥର ବିହାରୀ ଶିକ୍ଷକ ଚରିତ୍ରରେ ନଜର ଆସିବେ । ନିର୍ଦ୍ଦେଶକ ବିକାଶ ବହଲଙ୍କ ଦ୍ଵାରା ନିର୍ଦ୍ଦେଶିତ ଏବଂ ସାଜିଦ ନାଦିୟାଦୱାଲାଙ୍କର ଏନଜିଇ ପ୍ରଡକ୍ସନ ଦ୍ଵାରା ପ୍ରସ୍ତୁତ, ‘ସୁପର-୩୦’ ଆସନ୍ତା ବର୍ଷ ଜାନୁଆରି ୨୫ରେ ବକ୍ସ ଅଫିସରେ ରିଲିଜ ହେବ ।

ଏଥି ମଧ୍ୟରୁ ୨୦୦୦ରେ ରିଲିଜ ହୋଇଥିବା ଫିଲ୍ମ ‘କହୋ ନା ପ୍ୟାର ହେ’ ଅନ୍ୟତମ । ଦର୍ଶକଙ୍କୁ ଏହା ଜଣା ନାହିଁ କି ଏହି ଫିଲ୍ମ ହ୍ରିତିକ ନିଜ ଇଚ୍ଛାରେ କରି ନଥିଲେ ବୋଲି । ପ୍ରଥମେ ଫିଲ୍ମ କିଙ୍ଗ ଖାନ ଶାହରୁଖ ଖାନଙ୍କୁ ଅଫର ହୋଇଥିଲା । କାରଣ ଶାହରୁଖ ନିର୍ଦ୍ଦେଶକ, ପ୍ରଯୋଜକ ରାକେଶ ରୋଶନଙ୍କ ସହ ପୂର୍ବରୁ ‘କରନ-ଅର୍ଜୁନ’ ଏବଂ ‘କୋୟଲା’ ଭଳି ହିଟ୍‌ ଫିଲ୍ମ କରିସାରିଥିଲେ । ସେହି ସମୟରେ ଫିଲ୍ମ ୧୦୨ ପୁରସ୍କାର ଜିତି ‘ଲିମକା ବୁକ ଅଫ ରେକର୍ଡ’ରେ ନିଜ ନାମ ସାମିଲ କରିଥିଲା ।

ସମ୍ବନ୍ଧିତ ଖବର