ବିବାହ ବିଚ୍ଛେଦ ହେବା ପରେ ମଧ୍ୟ ଏହି କାରଣ ପାଇଁ ସୁଜାନେଙ୍କ ସହ ସମୟ ବିତାଉଛନ୍ତି ରିତିକ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ମଧ୍ୟ ତାଙ୍କ ସହ ବନ୍ଧୁତାର ସଂପର୍କ ରଖିଥିବା ଅନେକ ସମୟରେ ଦେଖାଯାଇଛି । ଅନ୍ୟ ସ୍ୱାମୀ-ସ୍ତ୍ରୀଙ୍କ ଭଳି ପରସ୍ପର ବିରୋଧରେ କହିବା ପରିବର୍ତ୍ତେ ଦୁହେଁ ସବୁ ପରିସ୍ଥିତିରେ ପରସ୍ପରର ସମର୍ଥନ କରୁଥିବା ଦେଖାଯାଇଛି । ଏମିତି କି ଫ୍ରେଣ୍ଡସିପ୍‌ ଡ଼େ’ରେ ମଧ୍ୟ ଦୁହେଁ ସାଥୀରେ ନଜର ଆସିଥିଲେ । ତେବେ ପରସ୍ପରଠାରୁ ଅଲଗା ହେବା ପରେ ମଧ୍ୟ ରିତିକ୍‌ କ’ଣ ପାଇଁ ସୁଜାନେଙ୍କ ସହ ସମୟ ବିତାଉଛନ୍ତି, ତାହା ଏବେ ସାମ୍ନାକୁ ଆସିଛି ।

Hrithik Roshan with ex-wife Sussanne Khan
indiatoday.in

ଏକ ସାକ୍ଷାତକାରରେ ରିତିକ୍‌ କହିଛନ୍ତି, ବିବାହ ବିଚ୍ଛେଦ ପରେ ମୁଁ କ’ଣ ପାଇଁ ସୁଜାନେଙ୍କ ସହ ଯୋଡ଼ି ହୋଇ ରହିଛି ବୋଲି ଲୋକେ ଅନେକ ସମୟରେ ପଚାରିଥାନ୍ତି । କିନ୍ତୁ ସେମାନଙ୍କୁ  ବୁଝିବା ଦରକାର କି  ଆମେ ଏବେ ବି ଏକ  ପରିବାର ଭଳି ଚଳୁଛୁ । ମୁଁ ବାପା ହିସାବରେ ଦୁଇଟି ପୁଅକୁ ବଡ଼ କରୁଛି । ସେମାନେ ଜାଣିବା ଦରକାର କି ତାଙ୍କ ମା’ଙ୍କୁ ଦରକାର ଥିବା ଭଲପାଇବା ଓ ସମ୍ମାନ ଉଭୟ ଠିକ୍‌ ଭାବରେ ମିଳୁଛି । ସେମାନେ ବୁଝିବା ଦରକାର କି, ଦୁଇ ଜଣ ଲୋକ ଅଲଗା ହୋଇ ମଧ୍ୟ ଗୋଟେ ପରିବାର ଭାବରେ ରହି ପାରିବେ ।

ସମ୍ବନ୍ଧିତ ଖବର