୧୮ବର୍ଷ ସାନ ଦିଶା ପଟାନୀଙ୍କ ସହ ଡେଟ୍‌ରେ ଯିବା ପାଇଁ ପ୍ରସ୍ତାବ ଦେଲେ ହ୍ରିତିକ୍‌, ପ୍ରସ୍ତାବ ପାଇ ରାଗି ଗଲେ ଦିଶା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ପ୍ରେମିକା ତଥା ଅଭିନେତ୍ରୀ ଦିଶା ପଟାନୀ ଏବେ ପୁଣି ଚର୍ଚ୍ଚାରେ । ଦିଶା ୟଶରାଜ ବ୍ୟାନରର ଏକ ଫିଲ୍ମ କରିବା ପାଇଁ ମନା କରି ଦେଇଥିବା ବେଳେ ଏହା ପଛର କାରଣ ହ୍ରିତିକ୍‌ ବୋଲି ଖବର ମିଳିଛି ।

Laughing Colours

ସୂଚନା ମୁତାବକ, ୟଶରାଜ ଫିଲ୍ମରେ ଦିଶାଙ୍କୁ ହ୍ରିତିକ୍‌ଙ୍କ ବିପକ୍ଷରେ ନିଆଯିବ ବୋଲି କଥା ଉଠିବା ପରେ ହ୍ରିତିକ୍‌ ଦିଶାଙ୍କୁ ଡ଼େଟ୍‌ରେ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି କଥାକୁ ନେଇ ଦିଶା ରାଗିଯିବା ସହ ଫିଲ୍ମ କରିବାକୁ ମନା କରି ଦେଇଥିଲେ । ଦିଶା ଆଗକୁ ଫିଲ୍ମ ‘ଭାରତ’ରେ ନଜର ଆସିବାକୁ ଥିବା ବେଳେ ଏଥିରେ ସଲମାନଙ୍କ ସହ ଅଭିନୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ଖୁବ୍‌ ଖୁସି ଥିବା ଜଣା ପଡ଼ିଛି । ଏହା ସହ ଦିଶା ତାମିଲ ଫିଲ୍ମ ‘ସଙ୍ଘମିତ୍ରା’ରେ ମଧ୍ୟ କାମ କରୁଛନ୍ତି ଯାହା ନଭେମ୍ବର ୨୦୧୮ରେ ରିଲିଜ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର