ମୁମ୍ବାଇ : ସ୍କୁଲରେ ପଢ଼ିବା ସମୟରେ ସମସ୍ତଙ୍କର କିଛି ବିଷୟରେ ଦୁର୍ବଳତା ରହିଥାଏ । ତେବେ ବଲିଉଡ୍ ସୁପରଷ୍ଟାର ରିତିକ୍ ରୋଶନ ସ୍କୁଲରେ ପଢ଼ିବା ସମୟରେ ତାଙ୍କ ଦୁର୍ବଳ ବିଷୟ ବାବଦରେ ଟୁଇଟ କରିଛନ୍ତି । ଆଗାମୀ ଚଳଚ୍ଚିତ୍ର ‘ସୁପର-୩୦’ ରେ ଗଣିତଜ୍ଞ ଆନନ୍ଦ କୁମାର ଚରିତ୍ରରେ ନଜର ଆସିବାକୁ ଥିବା ରିତିକ୍ ବିଦ୍ୟାଳୟରେ ଗଣିତ ବିଷୟକୁ ବହୁତ ଡ଼ରୁଥିଲେ ବୋଲି କହିଛନ୍ତି । ଗତକାଲି ଦ୍ୱାଦଶ ସିବିଏସଇର ଗଣିତ ପରୀକ୍ଷା ଶେଷ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଏଥିପାଇଁ ରିତିକ୍ କହିଛନ୍ତି ପୂର୍ବ ଅପେକ୍ଷା ବର୍ତ୍ତମାନ ଗଣିତ ବିଷୟ ବହୁତ ସହଜ ହୋଇଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
I hear that today’s maths paper in cbse 12th exam was easier than earlier years. Three cheers to the board for this. Maths was probably the most feared subject from my student life! Ironically currently I am having a fun time playing a maths teacher. https://t.co/oMT7kYZjSo
— Hrithik Roshan (@iHrithik) March 21, 2018
ରିତିକ୍ ଟୁଇଟ କରିଛନ୍ତି, ମୁଁ ଶୁଣିବାକୁ ପାଇଲି ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ ଦ୍ୱାଦଶ ଗଣିତ ବହୁତ ସହଜ ହୋଇଯାଇଛି । ଏଥିପାଇଁ ମୁଁ ବୋର୍ଡ଼କୁ ଧନ୍ୟବାଦ ଜଣାଇବା ପାଇଁ ଚାହିଁବି । ବିଦ୍ୟାଳୟରେ ପଢ଼ିବା ସମୟରେ ଗଣିତ ବିଷୟ ପାଇଁ ମତେ ବହୁତ ଡ଼ର ଲାଗୁଥିଲା। ତେବେ ମୁଁ ବର୍ତ୍ତମାନ ଆଗାମୀ ଚଳଚ୍ଚିତ୍ରରେ ଜଣେ ଗଣିତଜ୍ଞଙ୍କ ଭୂମିକାରେ ଅଭିନୟ କରୁଛି ଏବଂ ଏହା ମତେ ବହୁତ ଭଲ ମଧ୍ୟ ଲାଗୁଛି । ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ‘ସୁପର-୩୦’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିକାଶ ବହଲ । ତେବେ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଛି ।