ଚଳିତ ବର୍ଷର ‘ସେକ୍ସିଏଷ୍ଟ ଏସିଆନ୍ ମେଲ୍’ ସୂଚୀ ଶୀର୍ଷରେ ରିତିକ୍ ରୋଶନ

ମୁମ୍ବାଇ: ବଲିଉଡ୍ ଷ୍ଟାର ରିତିକ୍ ରୋଶନଙ୍କୁ ଏବେ ଗୋଟେ ପରେ ଗୋଟେ ସଫଳତା ମିଳିବାରେ ଲାଗିଛି। ଗତ କିଛି ଦିନ ତ‌ଳେ ତାଙ୍କ ଅଭିନୀତ ଫିଲ୍ମ ‘ୱାର’ ରିଲିଜ୍ ହୋଇଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଅନେକ ଦିନ ବ୍ୟବଧାନ ପରେ ରିତିକ୍ ‘ସୁପର-୩୦’ ଜରିଆରେ ପୁଣି ପରଦାକୁ ଆସିଥିଲେ, ଯାହା ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ବକ୍ସ ଅଫିସରେ ଭଲ ବ୍ୟବସାୟର କରିଥିଲା। ଏହା ପରେ ପରେ ଫିଲ୍ମ ‘ୱାର’ ରିଲିଜ୍ ହୋଇଥିଲା। ତେବେ ପରଦା ଉପରେ ଦର୍ଶକଙ୍କ ମନୋରଞ୍ଜନ କରିବା ପରେ ଏବେ ରିତିକଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି।

ବ୍ରିଟିଶ ସାପ୍ତାହିକୀ  ଇଷ୍ଟର୍ଣ୍ଣ ଆଇରେ ଜାରି କରାଯାଇଥିବା ସେକ୍ସିଏଷ୍ଟ ଏସିଆନ୍ ମେଲ୍ ଅଫ୍ ୨୦୧୯ ସୂଚୀରେ ନମ୍ବର ୧ରେ ଅଛନ୍ତି ରିତିକ୍। ଏସିଆରେ ଥିବା ରିତିକଙ୍କ ପ୍ରଶଂସକଙ୍କ ଭୋଟ, ସୋସିଆଲ ନେଟୱାର୍କିଂ ସାଇଟରେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚା ଓ ବର୍ଷ ସାରା ରହିଥିବା ତାଙ୍କର ପ୍ରଭାବକୁ ଆଖି ଆଗରେ ରଖି ରିତିକଙ୍କୁ ନମ୍ବର ୧ରେ ରଖାଯାଇଛି।

Image result for hrithik-roshan
India Today

ଏତେ ବଡ଼ ସଫଳତା ଓ ଭଲ ପାଇବା ମିଳିବା ପରେ ରିତିକ୍ କହିଛନ୍ତି କି, ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି, ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। କିନ୍ତୁ ଏହା ଜଣଙ୍କ ପାଇଁ ବଡ଼ ସଫଳତା ନୁହେଁ। ଜଣଙ୍କ ଚେହେରା କୌଣସି ଗୁରୁତ୍ବ ରଖେ ନାହିଁ। ମୁଁ କାହାକୁ ସେମାନଙ୍କ ଚେହେରା ବା ଲୁକକୁ ନେଇ ବିଚାର କରେ ନାହିଁ, ନିଜକୁ ମଧ୍ୟ ନୁହେଁ। ଜଣେ ସବୁ ପରିସ୍ଥିତକୁ କିଭଳି ସାମ୍ନା କରୁଛି, ତାହା ଅଧିକ ଗୁରୁତ୍ବ ରଖେ।

ସମ୍ବନ୍ଧିତ ଖବର