ନିଜ ପୂର୍ବ ପତ୍ନୀ ସୁଜାନେଙ୍କ ଫଟୋ ସେୟାର କରି ଭାବପୂର୍ଣ୍ଣ କଥା ଲେଖିଲେ ରିତିକ୍‌

ମୁମ୍ବାଇ : ସମୟ ଏମିତି ଥିଲା, ଯେତେବେଳେ ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନ ଏବଂ ତାଙ୍କ ପତ୍ନୀ ସୁଜାନେଙ୍କ ସଂପର୍କକୁ ଉଦାହରଣ ଦିଆଯାଉଥିଲା । ଦୁଇ ଜଣ ବଲିଉଡ୍‌ର ଶ୍ରେଷ୍ଠ ଦମ୍ପତିମାନଙ୍କ ମଧ୍ୟରେ ଗଣା  ଯାଉଥିଲେ । କିନ୍ତୁ ହଠାତ୍‌ ଦୁଇଜଣଙ୍କର ଅଲଗା ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

୨୦୧୪ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଛାଡ଼ପତ୍ର ପରେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ଛିନ୍ନ ହୋଇଯିବ ବୋଲି ସମସ୍ତେ ଭାବୁଥିବା ବେଳେ ଅନେକ ସମୟରେ ଦୁହେଁ ସାଥିରେ ନଜର ଆସୁଥିଲେ । ଦୁହିଁଙ୍କ ନିଷ୍ପତ୍ତିି ପିଲାମାନଙ୍କ ଉପରେ ନ ପଡ଼ୁ ସେ ନେଇ ଦୁହିଁଙ୍କୁ ଅନେକ ସମୟରେ ପିଲମାନଙ୍କ ସହ ଛୁଟି କଟାଉଥିବାର ଦେଖା ଯାଉଥିଲା । ଅଲଗା ହେବାର କିଛି ବର୍ଷ ପରେ ଦୁହେଁ ପୁଣି ବିବାହ କରିବେ ବୋଲି ଖବର ଆସିଥିବା ବେଳେ ଏହାକୁ ଦୁହେଁ ଅସ୍ୱୀକାର କରିଥିଲେ । କିନ୍ତୁ ଅଲଗା ରହି ମଧ୍ୟ ଦୁହେଁ ଦୁହିଁଙ୍କ ପ୍ରଶଂସା କରୁଥିବାର ଦେଖାଯାଉଥିବା ବେଳେ ଏବେ ରିତିକ୍‌ଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

India Forums

ଇନ୍‌ଷ୍ଟାରେ ସୁଜାନେଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି,‘ଏ ହେଉଛନ୍ତି ମୋର ସବୁଠାରୁ ଭଲ ବନ୍ଧୁ ଏବଂ ପୂର୍ବପତ୍ନୀ ମଧ୍ୟ । ଯିଏ ମୋର ଓ ଆମ ପିଲାମାନଙ୍କ ସହ ବିତାଇଥିବା ସମୟକୁ ନିଜ ଫୋନରେ ବାନ୍ଧି ରଖୁଛନ୍ତି ।’

ସମ୍ବନ୍ଧିତ ଖବର