୯୧ ବର୍ଷରେ ଇହଧାମ ଛାଡ଼ିଲେ ହ୍ରିତିକ୍‌ ରୋଶନ୍‌ଙ୍କ ଆଈ ପଦ୍ମାରାଣୀ ଓମ୍‌ପ୍ରକାଶ

ମୁମ୍ବାଇ: ଗୁରୁବାର ଦିନ ମୁମ୍ବାଇରେ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କ ଆଈ ପଦ୍ମାରାଣୀ ଓମ୍‌ପ୍ରକାଶଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ଥବା ଅସୁସ୍ଥ ପଦ୍ମାରାଣୀଙ୍କ ମୃତ୍ୟୁ ଖବର ଗୁରୁବାର ସନ୍ଧ୍ୟାରେ ଲୋକେ କହୁଥିଲେ। ଖବରର ସତ୍ୟତା ସମ୍ପର୍କରେ ଜ୍ବାଇଁ ରାକେଶ ରୋଶନ୍‌ଙ୍କୁ ପଚରା ଯିବାରୁ ସେ କହିଲେ, ଦୁର୍ଭାଗ୍ୟର କଥା, ଖବରଟି ସତ୍ୟ। ଓଁ ଶାନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବୟସାଧିକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ପଦ୍ମା ଥିଲେ ଚଳଚ୍ଚିତ୍ର ନିର୍ମାତା ଜେ. ଓମ୍‌ପ୍ରକାଶଙ୍କ ପତ୍ନୀ ତଥା ହ୍ରିତିକ୍‌ ରୋଶନ୍‌ଙ୍କ ମାଆ ପିଙ୍କି ରୋଶନ୍‌ଙ୍କ ମାଆ। ଅସୁସ୍ଥତା ଯୋଗୁଁ ଗତ ଦୁଇ ବର୍ଷ ହେବ ପଦ୍ମା ରୋଶନ୍‌ଙ୍କ ପରିବାରେ ରହୁଥିଲେ। ୨୦୧୯ ଅଗଷ୍ଟ ୭ ତାରିଖ ଦିନ ୯୩ ବର୍ଷ ବୟସରେ ଜେ. ଓମ୍‌ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା।

Image Courtesy of News18

୧୯୭୪ ରାଜେଶ ଖାନ୍ନାଙ୍କୁ ଅଭିନୀତ ‘ଆପ୍‌ କୀ କସମ୍‌’ ଚଳଚ୍ଚିତ୍ରରୁ ଜେ. ଓମ୍‌ପ୍ରକାଶ ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସେହିପରି, ‘ଆପ୍‌ନା ବନାଲୋ’ (୧୯୮୨), ‘ଆଶା’ (୧୯୮୦), ‘ଆପ୍‌ନାପନ୍‌ (୧୯୭୭), ‘ଅର୍ପନ୍‌’ (୧୯୮୩) ଏବଂ ‘ଆଦ୍‌ମି ଖିଲୋନା ହୈ’ (୧୯୯୩) ଆଦି ଚଳଚ୍ଚିତ୍ରରେ ଜିତେନ୍ଦ୍ରଙ୍କ ସହିତ କାର୍ଯ୍ୟ କରି ପ୍ରସିଦ୍ଧି ପାଇଥିଲେ। ଏହାଛଡ଼ା, ‘ଆୟି ମିଲନ୍‌ କୀ ବେଲା’ (୧୯୬୪), ‘ଆସ୍‌ କା ପଞ୍ଛି’ (୧୯୬୧), ‘ଆୟେ ଦିନ୍‌ ବାହାର କେ’ (୧୯୬୬), ‘ଆଖୋଁ ଆଖୋଁ ମୈ’ ଏବଂ ‘ଆୟା ସାୱନ୍‌ ଝୁମ୍‌ କେ’ (୧୯୬୯) ଆଦି ଚଳଚ୍ଚିତ୍ରର ସେ ଥିଲେ ପ୍ରଜଯୋକ।

ସମ୍ବନ୍ଧିତ ଖବର