ହିନ୍ଦୀ ସିନେମାର ଡ୍ୟାନ୍ସିଂ ଷ୍ଟାର୍ ହ୍ରିତିକ୍ ରୋଷନ୍ ଲମ୍ବା ସମୟର ଅନ୍ତର ପରେ ଏକ ନୂଆ ଫିଲ୍ମ ପାଇଁ ଚୁକ୍ତି କରିଛନ୍ତି। ଜନ୍ମଦିନ ଅବସରରେ ହ୍ରିତିକ୍ ‘ଫାଇଟର୍’ ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି କହିଛନ୍ତି। ଗତବର୍ଷ ଵାର ଚଳଚ୍ଚିତ୍ରରେ ଅଭିନୟ କରିବା ପରଠୁ ହ୍ରିତିକ୍ ଅନ୍ୟ କୌଣସି ଚଳଚ୍ଚିତ୍ରରେ ଦେଖିବାକୁ ମିଳିନଥିଲେ। କରୋନା ଏକ କାରଣ ହୋଇଥିଲେ ସୁଦ୍ଧା ହ୍ରିତିକ୍ ବର୍ତ୍ତମାନ କାହାଣୀ ଦେଖି ଚଳଚ୍ଚିତ୍ର କରିବେ କି ନାହିଁ ନିଷ୍ପତ୍ତି ନେଉଥିବା କୁହାଯାଉଛି। ୨୦୨୨ରେ ଏହି ଚଳଚ୍ଚିତ୍ର ସବୁଠାରୁ ଅଧିକ ବଜେଟ୍ ବିଶିଷ୍ଟ ଚଳଚ୍ଚିତ୍ର ଭାବେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ତେବେ ଵାର୍, ବ୍ୟାଙ୍ଗ୍ ବ୍ୟାଙ୍ଗ୍ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶନା ଭାର ତୁଲାଇବେ। ହ୍ରିତିକ୍ଙ୍କ ପାର୍ଟନର ଭାବେ ଦୀପିକା ପାଦୁକୋନ୍ ଏଥିରେ ଅଭିନୟ କରିବେ।
‘ଫାଇଟର’ ପାଇଁ ଚୁକ୍ତି କଲେ ହ୍ରିତିକ୍
/sambad/media/post_attachments/wp-content/uploads/2021/01/pic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)