ବଲିଉଡ୍‌ର ଏହି ସୁପର୍‌ଷ୍ଟାରଙ୍କ ସହ ଚୁମ୍ବନ ଦୃଶ୍ୟ କରିବାକୁ ପ୍ରସ୍ତୁତ ନାୟିକା ତମନ୍ନା ଭାଟିଆ

ମୁମ୍ବାଇ: ବଲିଉଡ୍‌ ତଥା ଦକ୍ଷିଣ ଭାରତର ପ୍ରସିଦ୍ଧ ନାୟିକା ତମନ୍ନା ଭାଟିଆ ଏବେ କିଛି ଦିନ ହେବ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ କୌଣସି ଆଗାମୀ ଫିଲ୍ମ ପାଇଁ ନୁହେଁ ବରଂ ନିଜର ସ୍ୱପ୍ନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସାଜିଦ୍ ଖାନଙ୍କ ନିର୍ଦେଶିତ ‘ହିମ୍ମତୱାଲା’ ଜରିଆରେ ବଲିଉଡରେ ପ୍ରବେଶ କରିଥିବା ତମନ୍ନା ‘ବାହୁବଳୀ’ ଏବଂ ‘ବାହୁବଳୀ-୨’ ରେ ପ୍ରଭାବଶାଳୀ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

ତମନ୍ନା ବଲିଉଡ୍‌ର ସୁପର୍‌ଷ୍ଟାର ହ୍ରିତିକ୍‌ ରୋଶନ୍‌ଙ୍କ ବଡ଼ ପ୍ରଶଂସିକା । ଏଇ ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ ପୁଣିଥରେ ହ୍ରିତିକ୍‌ଙ୍କ ବିଷୟରେ କହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କଥା କ’ଣ କି, ଏହି ସାକ୍ଷାତକାରରେ ତମନ୍ନାଙ୍କୁ ନିଜ ସ୍ୱୟମ୍ବର ବିଷୟରେ ପଚରାଯିବାରୁ ସେ ଏଥିରେ ମଜାଦାର ଉତ୍ତର ଦେଇଥିବା ଦେଖିବାକୁ ମିଳିଛି । ଭବିଷ୍ୟତରେ କେବେ ଯଦି ତାଙ୍କର ସ୍ୱୟମ୍ବର ହୁଏ, ତେବେ ସେ ବଲିଉଡର କେଉଁ ତିନି ଜଣ ସୁପର୍‌ଷ୍ଟାରଙ୍କୁ ଦେଖିବାକୁ ପସନ୍ଦ କରିବେ ବୋଲି ତାଙ୍କୁ ଏଥିରେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ତମନ୍ନା ହ୍ରିତିକ୍‌ ରୋଶନ୍‌, ଭିକ୍କି କୌଶାଲ ଏବଂ ପ୍ରଭାସଙ୍କ ନାମ ନେଇଥିଲେ।

Image result for hrithik roshan tamanna bhatia
image source-india today

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଅନ୍‌ସ୍କ୍ରିନ୍‌ କିସିଂ ପଲିସି ଫଲୋ କରିଥାନ୍ତି ଏବଂ ଫିଲ୍ମ ସାଇନ୍‌ କରିବା ପୂର୍ବରୁ କଣ୍ଟ୍ରାକ୍ଟରେ ଏବିଷୟରେ ଉଲ୍ଲେଖ ମଧ୍ୟ ହୋଇଥାଏ । କିନ୍ତୁ ହ୍ରିତିକ୍‌ଙ୍କ ସହତି ସେ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ତମନ୍ନା। ଯଦି ଫିଲ୍ମ ସାଇନ୍‌ କରିବେ, ତେବେ ଏହି ପଲିସିକୁ ଭାଙ୍ଗି ଦେଇପାରନ୍ତି ବୋଲି ଏହି ସାକ୍ଷାତକାରରେ କହିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ହ୍ରିତିକ୍‌ ଏବଂ ତମନ୍ନାଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏକ ଆକସ୍ମିକ ଭେଟରେ ଉଭୟେ ଉଠାଇଥିବା ଏହି ଫଟୋଟି ସେତେବେଳେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା ।

ସମ୍ବନ୍ଧିତ ଖବର