ହ୍ରିତିକ୍‌ଙ୍କୁ ହୃଦୟଭରା ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପୂର୍ବ-ପତ୍ନୀ ସୁଜେନ୍‌

ମୁମ୍ବାଇ: ସମସ୍ତେ ଜାଣନ୍ତି ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ରୋଶନ ଏବଂ ପତ୍ନୀ ସୁଜେନ୍‌ ଅଲଗା ହୋଇସାରିଛନ୍ତି। ହେଲେ ସେ ଦୁହେଁ ଏବେ ବି ସେମାନଙ୍କ ପିଲାଙ୍କ ପାଇଁ ପୃଥକ ହୋଇନାହାନ୍ତି। ଛାଡ଼ପତ୍ର ହୋଇସାରିବା ପରେ ବି ପିଲାମାନଙ୍କୁ ଖୁସି କରାଇବା ପାଇଁ ସାଙ୍ଗ ହୋଇ ଛୁଟି କାଟିବା ସହ ବିଭିନ୍ନ ଉତ୍ସବରେ ମଧ୍ୟ ଏକତ୍ର ଦେଖିବାକୁ ମିଳିଥାନ୍ତି।

ଆଜି ହ୍ରିତିକ୍‌ଙ୍କ ଶୁଭ ଜନ୍ମଦିନ। ତାଙ୍କ ଜନ୍ମଦିନ ଅବସରରେ ପୂର୍ବ ପତ୍ନୀ ସୁଜେନ୍‌ ତାଙ୍କୁ ଟୁଇଟ୍‌ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ସବୁବେଳେ ତୁମେ ମୋ ହୃଦୟରେ ମୋ ଜୀବନ କିରଣ ହୋଇ ରହିଛ। ଏହି ସୁଖମୟ ଜନ୍ମଦିନରେ ନିଜେ ହସ। ତୁମର ଏ ହସ ଚାରିଆଡ଼େ ଖେଳିଯାଉ।’

 

ଏଠାରେ ଜଣାଇ ଦେଉଛୁ ଯେ ପୂର୍ବରୁ ଅନେକ ସାକ୍ଷାତକାର୍‌ରେ ହ୍ରିତିକ୍‌ ଓ ସୁଜେନ୍‌ ପରସ୍ପରଙ୍କୁ ସମର୍ଥନ କରି ଆସିଛନ୍ତି। ସେ ଦୁହେଁ ଅତ୍ୟନ୍ତ ନିକଟତର ଏବଂ ସବୁବେଳେ ଯୋଗାଯୋଗରେ ରହନ୍ତି ବୋଲି ଦୁହିଁଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଏପରିକି ହ୍ରିତିକ୍‌ଙ୍କର କଙ୍ଗନାଙ୍କ ସହ ଉପୁଜିଥିବା ବିବାଦରେ ମଧ୍ୟ ସୁଜେନ୍‌ ହ୍ରିତିକ୍‌ଙ୍କୁ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର