ମୁମ୍ବାଇ: ବଲିଉଡ୍ କଳାକାର କମଲ ହସନଙ୍କର ତାଙ୍କ ପତ୍ନୀଙ୍କ ସହ ଛାଡ଼ପତ୍ର ହୋଇଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ଦୀର୍ଘ ଦିନର ବୈବାହିକ ଜୀବନ ପରେ ଶେଷରେ ଅଲଗା ହୋଇଛନ୍ତି ଏହି ଦମ୍ପତି। ତେବେ ସେମାନେ ଏବେ ଅଲଗା ହୋଇନାହାନ୍ତି। ତାଙ୍କ ଛାଡ଼ପତ୍ର ୨୦୦୪ ମସିହାରୁ ହୋଇ ସାରିଲାଣି। ନିକଟରେ ଏକ ସାକ୍ଷାତ୍କାରରେ ବାପାମାଆଙ୍କ ଅଲଗା ହେବା କଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ।
ଶ୍ରୁତି କହିଛନ୍ତି କି ତାଙ୍କ ବାପାମାଆଙ୍କ ବିଚ୍ଛେଦ ଦେବା ମାମଲାକୁ ନେଇ ସେ ଖୁବ୍ ଅନନ୍ଦିତ। ସେମାନଙ୍କ ବିବାହ ୧୯୮୮ ମସିହାରେ ହୋଇଥିଲା। ୧୬ ବର୍ଷର ବୈବାହିକ ଜୀବନ ପରେ ୨୦୦୪ ମସିହାରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ।
ଶ୍ରୁତି ତାଙ୍କ ସାକ୍ଷାତ୍କାରରେ କହିଛନ୍ତି କି ଯଦି ଦୁଇଟି ଲୋକ ଏକାସାଥୀରେ ରହି ଖୁସି ନାହାନ୍ତି ତେବେ ସେମାନେ ଏକାସାଥୀରେ ରହିବାକୁ କୌଣସି କାରଣ ନାହିଁ। ସେମାନେ ଅଲଗା ହୋଇ ନିଜ ଜୀବନ ନିଜ ହିସାବରେ ବଞ୍ଚୁଥିବାରୁ ମୁଁ ବହୁତ ଖୁସି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Untitled-57.jpg)