ନୂଆଦିଲ୍ଲୀ : ଅବିଶ୍ବାସ୍ୟ ହେଲେ ବି ସତ।  ଦୀର୍ଘ ୨୭ ବର୍ଷ ତଳେ ସ୍କ୍ରିପ୍ଟ ତିଆରି ହୋଇଥିଲେ ବି ତିଆରି ହୋଇପାରୁନାହିଁ  ହଲିଉଡ୍ ଚଳଚ୍ଚିତ୍ର  ‘ଅଟୁକ୍’ । ଏହି ଚଳଚ୍ଚିତ୍ରର କାହାଣୀକୁ ପଢ଼ିବା ପରେ ଅଭିନେତାଙ୍କର ମୃତ୍ୟୁ ହେଉଛି, ଥରେ ନୁହେଁ ୬ ଥର ଏଭଳି  ଘଟିଛି । ୨୭ ବର୍ଷଧରି ଉଦ୍ୟମ କରିବା ପରେ ମଧ୍ୟ ଯେତେବେଳେ ଚଳଚ୍ଚିତ୍ର ତିଆରି ହୋଇପାରିଲା ନାହିଁ, ଏହାର କାହାଣୀକୁ ଅଭିଶପ୍ତ ବୋଲି ଭାବି ଲୁଚାଇ ଦିଆଯାଇଛି।

Advertisment

୧୯୬୩ ମସିହାରେ ଜଣେ କାନାଡିଆନ  ଲେଖକ ମୋର୍ଡିକାଇ ରିଚଲରଙ୍କ ଉପନ୍ୟାସ 'ଦ ଇନକର୍ପୋରେବଲ ଅଟୁକ୍' ପ୍ରକାଶିତ ହୋଇଥିଲା । ଜଣେ ଝିଅ ବିଷୟରେ ଏହି କାହାଣୀ ଥିଲା,  ଯିଏ କାନାଡାର ବଫିନ୍ ଦ୍ୱୀପକୁ ଛୁଟି କାଟିବାକୁ ଆସୁଥିଲା । ଜଣେ ପୁଅ ସେହି ଝିଅକୁ  ପ୍ରେମ କରୁଥିଲା । ଛୁଟି ସାରିବା ପରେ ଝିଅଟି ନିଜ ସହରକୁ ଫେରିଯାଏ, ତା’ ପଛେ ପଛେ ପୁଅଟି ମଧ୍ୟ  ସେ  ସହରକୁ ଚାଲିଯାଏ । ସମୟ ବିତିଯାଏ, କିନ୍ତୁ ଦୁହେଁ କେବେ ଭେଟନ୍ତି ନାହିଁ । ଝିଅଟିକୁ ନ ଭେଟିବାର ଦୁଃଖରେ ପୁଅଟି ପାଗଳ ହୋଇ ଦିନେ ମରିଯାଏ । ଉଭୟଙ୍କ ଯନ୍ତ୍ରଣାଦାୟକ ପ୍ରେମ କାହାଣୀ ସେହି ଦ୍ୱୀପରେ କ୍ରମେ ଏକ  ଲୋକମୁଖରେ ଏକ ଗୀତ ଆକାରରେ ବଞ୍ଚିରହେ। ଏହି ଗୀତ ରିଚଲରଙ୍କୁ ଏହି ଉପନ୍ୟାସ ଲେଖିବାରେ ପ୍ରଭାବିତ କରିଥିଲା।

ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ନିର୍ମାତା ନରମାନ୍ ଜୈବିସନ୍ ଏହି  ଉପନ୍ୟାସ ପଢ଼ିବା ପରେ 'ଅଟୁକ୍' ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍କ୍ରିପ୍ଟ ଲେଖିବା ପାଇଁ ସେ ସେହି ସମୟର ଜଣାଶୁଣା  ସ୍କ୍ରିପ୍ଟ ରାଇଟର୍ ଟେଡ୍ କାରୋଲଙ୍କୁ ବାଛିଥିଲେ । ଟେଡ୍ ସ୍କ୍ରିପ୍ଟ ଲେଖିବାକୁ ଦୁଇ ବର୍ଷ ନେଇଥିଲେ । ପ୍ରାୟ ୧୯୮୦ ମସିହାରେ ଏହି ଚଳଚ୍ଚିତ୍ରର ନାୟକ ଚରିତ୍ର ଲାଗି  ଅଭିନେତାଙ୍କୁ ଖୋଜା ଚାଲିଲା, କିନ୍ତୁ ଯିଏ ଏହି ଚଳଚ୍ଚିତ୍ରର ଅଭିନେତା ହେବାକୁ ଚେଷ୍ଟା କଲା, ତା'ର ଜୀବନ ଗଲା।

publive-image

ଜନ୍ ବେଲୁସିଙ୍କୁ ୧୯୮୨ରେ 'ଆଟୁକ୍'ର ମୁଖ୍ୟ ଅଭିନେତା ଭାବେ ବଛା ଯାଇଥିଲା । ସେ ସ୍କ୍ରିପ୍ଟ ପଢ଼ିବା ପରେ ବହୁତ ପସନ୍ଦ କରୁଥିଲେ।  କିନ୍ତୁ ମାର୍ଚ୍ଚ ୫ରେ ତାଙ୍କର ମୃତଦେହ ଏକ ହୋଟେଲ ରୁମରୁ ମିଳିଥିଲା । ବେଲୁସିଙ୍କ ମୃତ୍ୟୁର କାରଣ ଡ୍ରଗ୍ସର ମାତ୍ରାଧିକ ସେବନ ଥିଲା  କିନ୍ତୁ ଫୋରେନସିକ୍ ପରୀକ୍ଷା ରିପୋର୍ଟ ସନ୍ଦେହଜନକ ଥିଲା । ପରେ ଚଳଚ୍ଚିତ୍ର ୪ବର୍ଷ ଧରି ଅଟକି ରହିଥିଲା । ପୁଣିଥରେ ୧୯୮୬ରେ ଷ୍ଟାଣ୍ଡ୍ଅପ୍ ହାସ୍ୟ ଅଭିନେତା ସାମ୍ କିନିସନ୍ ମୁଖ୍ୟଭୂମିକାରେ ଅଭିନୟ କରିବାକୁ ରାଜିହେଲେ । କିନ୍ତୁ ସାମ୍ ସ୍କ୍ରିପ୍ଟକୁ ଟିକେ ବଦଳାଇବାକୁ କହିବାରୁ ପୁଣି ଚଳଚ୍ଚିତ୍ରଟି ୧୯୯୨ ମସିହା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ୧୯୯୨ରେ ବୁଝାସୁଝା ପରେ ଯେତେବେଳେ ସାମ୍ ସୁଟିଂ ଆରମ୍ଭ କରିଥିଲେ, ତାର କିଛି ଦିନ ପରେ କାଲିଫର୍ନିଆରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେବାରୁ ସାମଙ୍କ ମୃତ୍ୟୁ ହୋଇଥିଲା।

୧୯୯୪ରେ ଆଉ ଜଣେ ଅଭିନେତା ଜନ୍ କ୍ୟାଣ୍ଡିଙ୍କୁ ଏହି ଚଳଚ୍ଚିତ୍ରରେ କାମ କରିବାକୁ ଅଫର ଦିଆଗଲା, ସେ ମଧ୍ୟ କାମ କରିବାକୁ ରାଜି ହୋଇଥିଲେ । କ୍ୟାଣ୍ଡି ଏହି  ଅଫରରେ ଉତ୍ସାହିତ ହୋଇ ସ୍କ୍ରିପ୍ଟ ପଢ଼ିବା ଆରମ୍ଭ କରିଥିଲେ। ପରେ ମାର୍ଚ୍ଚ ୪ରେ ତାଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଥିଲା । ଫିଲ୍ମର ପ୍ରଡକ୍ସନ୍ ଟିମ୍ ଏହି ସବୁ ଘଟଣା ଘଟିବା ପରେ ମଧ୍ୟ ଫିଲ୍ମ ତିଆରି କରିବାର ଇଚ୍ଛା ଛାଡି ନଥିଲେ । ଜନ୍ କ୍ୟାଣ୍ଡିଙ୍କ ବନ୍ଧୁ ମାଇକେଲ୍ ଏହି ସ୍କ୍ରିପ୍ଟ ପଢ଼ି ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେ ମଧ୍ୟ ନଭେମ୍ବର ୧୯୯୪ରେ କ୍ରନିକ୍ ମାଇଗ୍ରେନ୍ ସମସ୍ୟାରେ ମୃତ୍ୟୁବରଣ କରିଥିଲେ।

ପରେ ୧୯୯୭ରେ ପୁଣିଥରେ ଚଳଚ୍ଚିତ୍ରରେ କାମ ଆରମ୍ଭ କରିଥିଲେ ପ୍ରଡକ୍ସନ୍ ଟିମ୍ । ଏହି ଚଳଚ୍ଚିତ୍ରରେ  ଅଭିନୟ କରିବାକୁ ଅଭିନେତା କ୍ରିସ୍ ଫାର୍ଲୀଙ୍କୁ ଅଫର ଦିଆଯାଇଥିଲା । ସ୍କ୍ରିପ୍ଟ ପଢ଼ିବାର ଏକ  ମାସ ପରେ ଡିସେମ୍ବର ୧୮ରେ ତାଙ୍କ ସାନଭାଇଙ୍କ ଆପାର୍ଟମେଣ୍ଟରୁ ତାଙ୍କର  ମୃତଦେହ ମିଳିଥିଲା । ସେ ବେଲୁଶିଙ୍କ ପରି ଡ୍ରଗ୍ସର ମାତ୍ରାଧକ ସେବନ କାରଣରୁ ମୃତ୍ୟୁବରଣ କରିଥିଲେ।