କରୋନା ମୁକାବିଲା: ପିପିଇ କିଟ୍‌ ଦେଲେ ଅଜୁର୍ନ ରାମ୍‌ପାଲ୍‌

ମୁମ୍ବାଇ: କରୋନା ମୁକାବିଲା ପାଇଁ ଅନେକ ବଲିଉଡ୍‌ ଷ୍ଟାର୍‌ ପୂର୍ବରୁ ସହାୟତାର ହାତ ବଢ଼ାଇ ସାରିଛନ୍ତି। ଏବେ ଏହି ଦୌଡ଼ରେ ସାମିଲ୍‌ ହୋଇଛନ୍ତି ବଲିଉଡ୍‌ ଷ୍ଟାର ଅଜୁର୍ନ ରାମପାଲ୍‌। ସେ ଟଙ୍କା କି ଖାଦ୍ୟ ନୁହେଁ, ବରଂ ହସ୍ପିଟାଲ୍‌ରେ ଥିବା ନର୍ସ ଓ ଡାକ୍ତରମାନଙ୍କୁ ପିପିଇ କିଟ୍‌ ପ୍ରଦାନ କରିଛନ୍ତି। ସେ ବିଏମ୍‌ସି ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କୁ ପିପିଇ କିଟ୍‌ ଦେଇଥିବା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି।

ଅଜୁର୍ନ ଟ୍ବିଟର୍‌ରେ ପିପିଇ କିଟ୍‌ର ଏକ ଫଟୋ ସେୟାର୍‌ କରି ଲେଖିଛନ୍ତି କି ରାମ୍‌ପାଲ୍‌ ପରିବାର ଭାରତରେ ତିଆରି ହୋଇଥିବା ପିପିଇ କିଟ୍‌କୁ ବିଏମ୍‌ସି ହସ୍ପିଟାଲ୍‌ର ଡାକ୍ତର ଓ ନର୍ସଙ୍କୁ ଦେଇ ନିଜର ସମର୍ଥନ ଜଣାଇଛି।

 

ସେ ନିଜେ ଏହାକୁ ଦେବା ସହ ଲୋକମାନଙ୍କୁ ମଧ୍ୟ ଏପରି ସମର୍ଥନ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ‌କି ସବୁଠାରୁ ଉତ୍କୃଷ୍ଟ ଧରଣର ପିପିଇର ଦର ମାତ୍ର ୧୨୦୦ ଟଙ୍କା। ଆପଣ ଆରାମରେ ନିଜର ସହାୟତା ଦେଇପାରିବେ।

ସମ୍ବନ୍ଧିତ ଖବର