ସୋସିଆଲ୍‌ ମିଡିଆରେ ଖିଲାଡି ବୟ ଅକ୍ଷୟଙ୍କ ଫଲୋର୍ସ ସଂଖ୍ୟା ୧୦୦ ମିଲିୟନ୍‌ ଟପିଲା

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଖିଲାଡି ବୟ ଅକ୍ଷୟଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କରୋନା ଭାଇରସ୍‌ ହେତୁ ହୋଇଥିବା ଲକ୍‌ଡାଉନ୍‌ ଅକ୍ଷୟଙ୍କୁ ଆଉ କିଛି ଫଲୋର୍ସ ଯୋଗାଇ ଦେଇଛି। ଅକ୍ଷୟଙ୍କ ସୋସିଆଲ୍‌ ମିଡିଆର ପରିବାର ସଦସ୍ୟ ସଂଖ୍ୟ ୧୦୦ ମିଲିୟନ୍‌ ହୋଇଗଲାଣି।

ଅକ୍ଷୟଙ୍କ ଟ୍ବିଟର୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ରେ ଫଲୋର୍ସ ସଂଖ୍ୟା ସମୁଦାୟ ୧୦୦ ମିଲିୟନ୍‌ ଅର୍ଥାତ, ୧୦ କ‌ୋଟି ପାର୍‌ କରି ଗଲାଣି। ମାତ୍ର ଆପଣ ଜାଣିରଖନ୍ତୁ ଯେ ସୋସିଆଲ୍‌ ମିଡିଆରେ ଫଲୋର୍ସ ସଂଖ୍ୟା ଏବେ ବି ସବୁଠାରୁ ଅଧିକ ସଲମାନ ଖାନଙ୍କର।

ଅକ୍ଷୟଙ୍କର ଟ୍ବିଟର୍‌ରେ ୩ କୋଟି ୫୧ ଲକ୍ଷ ୬୯ ହଜାର ଫଲୋର୍ସ ଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ୩ କୋଟି ୮୮ ଲକ୍ଷ ୮୭ ହଜାର ଓ ଫେସ୍‌ବୁକ୍‌ରେ ୨ କୋଟି ୬୦ ଲକ୍ଷ ୨୫ ହଜାର ଫଲୋର୍ସ ଅଛନ୍ତି। ସମସ୍ତ ଫଲୋର୍ସଙ୍କୁ ମିଶାଇ ଦେଲେ ଅକ୍ଷୟଙ୍କ ଫଲୋର୍ସ ସଂଖ୍ୟା ୧୦ କୋଟି ୮୧ ହଜାର ୫୧୧ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର