ମୁମ୍ବାଇ: ସୋସିଆଲ ମିଡିଆ ସେନ୍‌ସେସନ୍‌ ଉର୍ଫି ଜାଭେଦ୍ ତାଙ୍କର ବିଚିତ୍ର ପୋଷାକ ଏବଂ ବୋଲ୍ଡ ବୟାନ ପାଇଁ‌ ବେଶ୍‌ ଜଣାଶୁଣା। ସେ କଦାପି କାହାକୁ ଭୟ କରନ୍ତି ନାହିଁ। ଯାହା କରିବାକୁ ସେ ଠିକ୍‌ ଭାବନ୍ତି, ତାହା କରନ୍ତି ସେ। ନିକଟରେ ଅଭିନେତ୍ରୀ ପ୍ରକାଶ କରିଥିଲେ ଯେ ତାଙ୍କ ଆଖି ଏବଂ ଓଠ ଫିଲର ଭୁଲ୍ ହୋଇ ଯାଇଥିଲା। ଏବେ ସେ ଫୁଲିଯାଇଥିବା ତାଙ୍କ ଲାଲ ଚେହେରାର ଏକ ଫଟୋ ସେୟାର କରିଛନ୍ତି।

Advertisment

ଉର୍ଫି ଫୁଲିଯାଇଥିବା ଚେହେରାରେ ଫଟୋ ଦେଇ ‘ନାନେ‌ା ନିଡଲିଂ’ରେ ଏପରି ହୋଇଛି ବୋଲି ‌ଲେଖିଛନ୍ତି। ସେ ନିଜ ସ୍କିନ୍ କେୟାର ରୁଟିନ୍ ସେୟାର କରିବା ସହ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ମଧ୍ୟ ପ୍ରକାଶ କରିଛନ୍ତି।

ଉର୍ଫି ଏକ ଭୟାନକ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। ଯେଉଁଥିରେ ତାଙ୍କ ଚେହେରା ଫୁଲିଯିବା ସହ ନାଲି ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ଫଟୋକୁ ସେୟାର କରି ସେ ‘ନାନ‌ୋ ନିଡଲିଂ’ରେ ଏପରି ହୋଇଛି ବୋଲି ଲେଖିଛନ୍ତି। ‘ନାନ‌ୋ ନିଡ୍‌ଲିଂ’ ହେଉଛି ଚର୍ମର ଏକ ଚିକିତ୍ସା, ଯାହା ଚର୍ମକୁ ସୁସ୍ଥ ରଖେ। ଫଳରେ ଚର୍ମରେ କସ୍‌ମେଟିକ୍‌ ବ୍ୟବହାର କଲେ ତାହା ସହଜରେ ଫଳ ପ୍ରଦାନ କରେ।

ନିକଟରେ ବିଗ୍‌ବସ୍‌ ଫେମ୍‌ ତଥା ଅଭିନେତ୍ରୀ ଉର୍ଫି ଜାଭେଦ୍ ତାଙ୍କ ଆଖି ତଳ କଳାକୁ ଲୁଚାଇବା ପାଇଁ ଫିଲର୍ସ କରିଥିବାର ଭୟାନକ ଅନୁଭୂତି ବାଣ୍ଟିଥିଲେ। ସେ କହିଥିଲେ ଯେ ନିକଟରେ ସେ ତାଙ୍କ ଆଖି ତଳ କଳାକୁ ଲୁଚାଇବା ପାଇଁ ଆଇ ଫିଲର୍ସ କରିଥିଲେ। କିନ୍ତୁ ଜିନିଷ ଠିକ୍ ହେବା ପରିବର୍ତ୍ତେ ସବୁକିଛି ଭୁଲ୍ ହୋଇ ଯାଇଥିଲା। ତାଙ୍କ ଆଖି ଫୁଲି ଲାଲ ହୋଇଯାଇଥିଲା।