ହମ୍ ଦୋ ହମାରେ ଦୋ

ଜଣେ ଝିଅକୁ ଆକର୍ଷିତ କରିବା ପାଇଁ ପୁରୁଷର ପ୍ରୟାସ। ସେ ଭଲ ପାଉଛି। ଧ୍ରୁବ ଶିକାର ଓରଫ ରାଜକୁମାର ରାଓ ଯିଏ ଜଣେ ଅନାଥ। ପେଟ ପୋଷିବା ପାଇଁ ସେ ଏକ ଢାବାରେ କାମ କରୁଛି। ଉକ୍ତ ଢାବାର ମାଲିକ ଅଛନ୍ତି ପୁରୁଷୋତ୍ତମ ମିଶ୍ର ଓରଫ୍ ପରେଶ ରାଓ୍ୱଲ୍। ଢାବାରେ କାମ କରୁଥିବା ବେଳେ ଧ୍ରୁବ ଯେ ପାଠପଢ଼ି ଏହା ଭିତରେ ଜଣେ ସଫଳ ଉଦ୍ୟୋଗୀ ହେଇଛନ୍ତି ଏହା ଜାଣି ପୁରୁଷୋତ୍ତମ ବାବୁ ବିସ୍ମିତ ହୁଅନ୍ତି। ଧ୍ରୁବର ନାଁ ହେଇଛି ଭିଆର ଆପ୍ ଯାଦୁଗର।

ଏକଦା ଧ୍ରୁବର ଆନ୍ୟା ମେହରା ସହିତ ସାକ୍ଷାତ ହେଉଛି। ଏହି ଭୂମିକାରେ ଅଛନ୍ତି କ୍ରୀତି ସାନନ୍। ଆନ୍ୟା କେବଳ ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରେ। ଧ୍ରୁବ ଆନ୍ୟାର ପ୍ରେମରେ ପଡ଼ିଯାଏ। ଆନ୍ୟା ମଧ୍ୟ ଜଣେ ଭଲ ପୁରୁଷର ଚକ୍କରରେ ଥାଏ ଯାହାର ସୁନ୍ଦର ପରିବାରଟିଏ ଥିବ ସେ ତାକୁ ଜୀବନସା‌ଥୀ କରିବ। କାରଣ ଆନ୍ୟା ଛୋଟବେଳୁ ତା’ର ବାପା-ମା’ଙ୍କୁ ହରାଇଛି। ତା’ର ଚାଚା ତା‌କୁ ବଡ଼ କରିଛି। ଏବେ ସାନ୍ୟାର ବାପା ସଞ୍ଜୀବ ମେହରା ଏବଂ ଖୁଡ଼ୀ ହେଉଛନ୍ତି ରୁପା ମେହରା। ଧ୍ରୁବ ଭାବୁଛି ସେ ଯଦି ତା’ ଜୀବନ କାହାଣୀର ସତ ଉନ୍ମୋଚନ କରିବ ତେବେ ତାକୁ ସାନ୍ୟା ଘୃଣା କରିବ। ଯଦିଓ ବୟଫ୍ରେଣ୍ଡ ଶଣ୍ଟି ସହ ସାନ୍ୟାର ସୁସମ୍ପର୍କ ଥାଏ ସେ କିନ୍ତୁ ଧ୍ରୁବକୁ ଜୀବନଠୁ ଅଧିକ ଭଲ ପାଇ ବସିଥାଏ। ତାକୁ ବିବାହ କରିବାକୁ ଚାହେ।

ଶଣ୍ଟି ଦିନେ ସାନ୍ୟାକୁ ଜଣେ ଜ୍ୟୋତିଷଙ୍କ ନିକଟକୁ ନେଇଯାଏ। ସେତେବେଳକୁ ଚାକିରିରୁ ଅବସର ନେଇଥିବା ପୁରୁଷୋତ୍ତମ ସିମଲାରେ ଅବସ୍ଥାନ କରୁଥାନ୍ତି। ପୁରୁଷୋତ୍ତମଙ୍କ ପଡ଼ୋଶୀ ଥାଆନ୍ତି ଦୀପ୍ତି କଶ୍ୟପ। ଦୀପ୍ତିଙ୍କ ପାଖରେ ପ୍ରତିଦିନ କେହି ନା ‌କେହି ଅତିଥି ଥାଆନ୍ତିି। ଧ୍ରୁବ ମଧ୍ୟ ଏକଦା ଦୀପ୍ତିଙ୍କ ଅତିଥି ହେଇଥାଆନ୍ତି। ଦୀପ୍ତିଙ୍କ ସହ ତାଙ୍କର ବନ୍ଧୁତା ବଢ଼ିଯାଇଥାଏ। ଦୀପ୍ତିଙ୍କ ରେଷ୍ଟୁରାଣ୍ଟରେ ଧ୍ରୁବ ଓ ସାନ୍ୟାଙ୍କ ପରିବାର ସଦସ୍ୟ ଭେଟ ହୁଅନ୍ତି। ଦୀପ୍ତିଙ୍କ ମାଧ୍ୟମରେ ଧ୍ରୁବ ଓ ସାନ୍ୟାଙ୍କ ବିବାହ ସ୍ଥିର ହୁଏ। ଏମିତିରେ ସାନ୍ୟା ଧ୍ରୁବଙ୍କୁ ବିବାହ କରେ ହେଲେ କଥା ସେଇଠି ସରିଯାଏନା। ଦୀପକ ଭେଙ୍କଟେସନ ଓ ଅଭିଶେକ ଜୈନଙ୍କ କାହାଣୀରେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରଶାନ୍ତ ଝା। ଏଥିରେ ‘ବଧାଇ ହୋ’ ଫିଲ୍ମର କିଛି ଦୃଶ୍ୟର ସାମଞ୍ଜସ୍ୟ ରହିଛି। ସବୁଠୁ ବଡ଼କଥା ହେଉଛି ଧ୍ରୁବ ଓ ସାନ୍ୟା ବିବାହ ପରେ ‌ଏକ ସଂକଳ୍ପ ନେଇଛନ୍ତି ତାହା ହେଉଛି ‘ହମ୍ ଦୋ ହମାରେ ଦୋ’। ଅର୍ଥାତ ଆମ ଦୁଇଜଣ ଆମର ମଧ୍ୟ ପିଲା ହେବେ ଦୁଇଜଣ। ହାସ୍ୟରସାତ୍ମକ ଏହି କାହାଣୀଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର