ମୁମ୍ବାଇ : ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଇସିସି ବିଶ୍ୱକପ ମ୍ୟାଚ୍ ଖେଳା ଯାଇଥିଲା । ଯେଉଁଥିରେ ଟିମ୍ ଇଣ୍ଡିଆକୁ ଅସଫଳ ହେବାକୁ ପଡ଼ିଥିଲା । ପ୍ରଥମ ଥର ପାଇଁ କମଳା ରଙ୍ଗର ଜର୍ସି ପିନ୍ଧି ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଇଥିବା ବେଳେ ମ୍ୟାଚ୍ ହାରିଯିବାରୁ ଲୋକେ ଅନେକ ପ୍ରକାର କଥା କହିବା ଆରମ୍ଭ କରିଥିଲେ । କିଛି କମଳା ରଙ୍ଗ ଟିମ୍ ଭାରତ ପାଇଁ ଅଶୁଭ ବୋଲି କହିବା ସହ ପୁଣି ଥରେ ନୀଳ ରଙ୍ଗର ଜର୍ସିି ଅଣାଯାଉ ବୋଲି କହିବା ଆରମ୍ଭ କରିଛନ୍ତି । ଏ ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ଟୁଇଟ୍କୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି ।
Not superstitious at all .. but can we please have the Blue jersey back .. enough said ??♀️
— Huma Qureshi (@humasqureshi) June 30, 2019
ହୁମା ଟୁଇଟ୍ କରି, ମୁଁ ଅନ୍ଧବିଶ୍ୱାସୀ ତ ନୁହେଁ । କିନ୍ତୁ ଟିମ୍ ଇଣ୍ଡିଆ ପୁଣି ଥରେ ପୁରୁଣା ଜର୍ସିରେ ଖେଳି ପାରିବ କି ବୋଲି ଲେଖିଥିଲେ । ଯାହା ପରେ ଟୁଇଟରରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । କିଛି ତାଙ୍କୁ ସମର୍ଥନ କରିଥିଲେ ମଧ୍ୟ କିଛି ତାଙ୍କୁ ଖରାପ ଭାଷାରେ ଗାଳି ଦେବା ଆରମ୍ଭ କରି ଦେଇଥିଲେ । କିଛି ଲୋକ ତାଙ୍କ ଧର୍ମକୁ ନେଇ ଗାଳି ଦେବା ଆରମ୍ଭ କରିଥିଲେ ।