ହୁମାଙ୍କ ହରକତରେ ଚିଡ଼ିଗଲେ ସୋନାକ୍ଷୀ, ଚାପୁଡ଼ା ମାରି ଭାଇରାଲ୍‌ ହେଲେ ଦବଙ୍ଗ ଗାର୍ଲ

ମୁମ୍ବାଇ: ଅଭିନେତ୍ରୀ ହୁମା କ୍ୟୁରେସି ଓ ସୋନାକ୍ଷୀ ସିହ୍ନ‌ାଙ୍କୁ ‘ଡବଲ୍‌ ଏକ୍ସଏଲ୍‌’ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ଦୁହେଁ ଫିଲ୍ମକୁ ପୂରା ଜୋର୍‌ସୋର୍‌ରେ ପ୍ରମୋଟ କରିବାରେ ଲାଗିଛନ୍ତି। ଅନେକ ସମୟରେ ଏବେ ସେ ଦୁହିଁଙ୍କୁ ଏକା ସାଥୀରେ ଦେଖିବାକୁ ମିଳୁଛି। ନିକଟରେ ସେମାନଙ୍କର ଏକ ମଜାଦାର ଭିଡିଓ ଭାଇରାଲ୍‌ ହୋଇଛି। ଯାହାକୁ ଦେଖି ଆପଣ ନିଜର ହସ ରୋକିପାରିବେ ନାହିଁ।

ଆଜ୍ଞା ହଁ, ନିକଟରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଏକ ମଜାଦାର୍‌ ଦୃଶ୍ୟ। ଭିଡିଓରେ ଦେଖିବାକୁ ମିଳିଛି ଯେ ହୁମା ଓ ସୋନାକ୍ଷୀ ପରସ୍ପରଙ୍କୁ ମୁହଁ କରି ବସିଛନ୍ତି। ସେମାନଙ୍କ ମଝିରେ ଅଛି ଏକ ଟେବଲ୍‌। ହୁମା ତାଙ୍କ ହାତ ଘଡ଼ିକୁ ଧୀରେ ଧୀରେ କରି ପାଟିରେ ପୂରେଇବାରେ ଲାଗିଛନ୍ତି। ତାପରେ ଏପରି ଦେଖିବାକୁ ମିଳୁଛି ଯେପରି ସେ ଘଡ଼ିଟିକୁ ଗିଳିଦେଲେ। ତାପରେ ସେ ସୋନାକ୍ଷୀଙ୍କୁ କହୁଛନ୍ତି ‘ମ୍ୟାଜିକ୍‌ ଦେଖିବ ସୋନା?’ ଏପରି କହି ନିଜ ହାତ ମୁଠାରୁ ଘଡ଼ିଟିକୁ କାଢୁଛନ୍ତି।

 

 

View this post on Instagram

 

A post shared by Huma Qureshi (@iamhumaq)

ଏହାପରେ ସୋନାକ୍ଷୀ ତାଙ୍କୁ ଏକ ଅଜବ ଚାହାଣୀରେ ଚାହିଁବା ସହ ମଜାରେ ଆସି ମାଡ଼ ମାରୁଛନ୍ତି। ତେବେ ହୁମାଙ୍କୁ ସୋନାକ୍ଷୀ ମଜାରେ ଥାପଡ଼ ମାରୁଥିବାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ସେମାନଙ୍କୁ ଡବଲ୍‌ ଏକ୍ସଲ୍‌ ବୋଲି କହି ଟଟ୍ଟା କରୁଥିବା କମେଣ୍ଟ୍‌ ସେକ୍ସନରେ ଦେଖିବାକୁ ମିଳିଛି। ହୁମା ଭିଡିଓଟିକୁ ସେୟା କରି ସେଥିରେ କ୍ୟାପ୍‌ସନ ଲେଖିଛନ୍ତି, ‘ସୋନାକୁ ଡର ଲାଗେନି, ସୋନାର ଫ୍ୟାନ୍ସଙ୍କୁ ଡର ଲାଗେ।’

ସମ୍ବନ୍ଧିତ ଖବର