ଓଲିଉଡ୍ର ଲୋକପ୍ରିୟ ଅଭିନେତା ହରିହର ମହାପାତ୍ର ଓରଫ ହରିଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହାର କାହାଣୀକାର ହେଲେ ଡକ୍ଟର ମୋନାଲିସା ମହାପାତ୍ର। ହରିହର ମହାପାତ୍ର ଏହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିବା ସହ ନିର୍ଦ୍ଦେଶନା ବି ଦେଇଛନ୍ତି। ‘ରୁମ୍କୁ ଝୁମାନା’, ‘ଧୋରେ ବାବୁ ଧୋ’ ଓ ‘ଭଗିଆ ଭାରିଯା’ ପରେ ସେ ଏଥିରେ ପୁଣି ଥରେ ନାୟକ ଭୂମିକାରେ ନଜର ଆସିବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, କୁନା ତ୍ରିପାଠୀ ଓ ସାତ୍ୟକୀ ମିଶ୍ରଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ। ଲି ବ୍ଲିସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାର ସଙ୍ଗୀତକାର ହେଲେ ବୈଦ୍ୟନାଥ ଦାଶ। ସୁବାସ ସାହୁ ଏହାର ପ୍ରଯୋଜକ।
ଜୁଲାଇ ୪ରେ ‘ଆଇ ଆମ୍ କାଳିଆ’
ଓଲିଉଡ୍ର ଲୋକପ୍ରିୟ ଅଭିନେତା ହରିହର ମହାପାତ୍ର ଓରଫ ହରିଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହାର କାହାଣୀକାର ହେଲେ ଡକ୍ଟର ମୋନାଲିସା ମହାପାତ୍ର।
/sambad/media/media_files/2025/06/21/dgdagdadga-2025-06-21-01-55-17.jpg)