ମୁମ୍ବାଇ: ଚିନ୍ତାରେ ଅଭିନେତା ଦୁଲକର ସଲମାନଙ୍କ ପ୍ରଶଂସକ। ଅଭିନେତା ନିଜ ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରିବା ପରେ ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ିଛି। ରବିବାର ରାତିରେ ନିଜର ଏକ ଭିଡିଓ ପୋଷ୍ଟ କରି ଦୁଲକର ସଲମାନ ବହୁତ ଦିନ ହେଲା ଶୋଇନାହିଁ ବୋଲି କହିଥିଲେ। ଏହି ସମୟରେ ତାଙ୍କ ଆଖିରେ ଲୁହ ଥିବା ଦେଖାଯାଇଥିଲା। ହେଲେ ଏଭଳି ଭିଡିଓ ପୋଷ୍ଟ କରିବା ପରେ ସେ ଏହାକୁ ହଟାଇ ଦେଇଥିଲେ।
ତେବେ ଅଭିନେତା ଭିଡିଓଟି ହଟାଇଥିଲେ ବି ତାଙ୍କ ପ୍ରଶଂସକ ଏହାର ସ୍କ୍ରିନସଟ୍ ରେକର୍ଡିଂ କରି ଟ୍ବିଟରରେ ସେୟାର କରିଥିବା ଦେଖାଯାଇଛି। ଭିଡିଓ ଟ୍ବିଟ କରି ଜଣେ ପ୍ରଶଂସକ ଲେଖିଛନ୍ତି, ଦୁଲକର ସଲମାନଙ୍କର କ’ଣ ହୋଇଛି? ସେ ପ୍ରଥମେ ଭିଡିଓ ପୋଷ୍ଟ କରି ପରେ ଏହାକୁ ଡିଲିଟ କରିଦେଲେ। ସେ ଠିକ ଅଛନ୍ତି ତ ?
What happened to #DulquerSalmaan 🥺🥺. He posted and deleted it later. Is everything alright to him ?. #KingOfKotha pic.twitter.com/PyGnrwnorw
— DON BOY (@preethamtweets_) July 2, 2023
ଆଉ ଜଣେ ଲେଖିଛନ୍ତି, ଦୁଲକର ସଲମାନ ପ୍ରଥମେ ଭିଡିଓ ପୋଷ୍ଟ କଲେ। ହେଲେ ବିବାଦୀୟ କମେଣ୍ଟ ଆସିବାରୁ ପରେ ସେ ଏହାକୁ ଡିଲିଟ କରିଦେଲେ। କ’ଣ ଚାଲିଛି?
#DulquerSalmaan posted a video on Instagram and he deleted it in minutes after getting some controversial comments on it. What’s happening?
— Trollers-D™ (@Trollers_D) July 2, 2023
ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ସଲମାନ ପ୍ରଥମ କରି ଏଭଳି ଭିଡିଓ ସେୟାର କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେଉଁ କାରଣ ପାଇଁ ସେ ଏଭଳି ଭିଡିଓ ପୋଷ୍ଟ କରିଥିଲେ, ତାହା ଜଣାପଡ଼ିନାହିଁ।