ସୁପୌଲ: ମୁଁ ଉଦିିତଙ୍କ ସହ ରହିବାକୁ ଚାହେଁ। କିଛି ବର୍ଷ ତଳେ ବଲିଉଡର ବରିଷ୍ଠ ଗାୟକ ଉଦିତ ନାରାୟଣ ଝାଙ୍କ ପ୍ରଥମ ପତ୍ନୀ ରଞ୍ଜନା ନାରାୟଣ ଝା ଏଭଳି ଇଚ୍ଛା ଜାହିର କରି ପରିବାର ଅଦାଲତରେ ଏକ ଆବେଦନ କରିଥିଲେ। ଆଜି ସୁପୌଲ ପରିବାର ଅଦାଲତରେ ଏହାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଉଦିଦ ନାରାୟଣ ଉପସ୍ଥିତ ଥିବା ବେଳେ ସେ ରଞ୍ଜନାଙ୍କ ସହ ରହିବାକୁ ଚାହୁନଥିବା ସ୍ପଷ୍ଟ କରିଛନ୍ତି। ଏହା ସହ ସେ ଏହି ଆବେଦନ ବିରୋଧରେ ଲଢ଼ିବେ ବୋଲି କୋର୍ଟକୁ ଜଣାଇଛନ୍ତି।
ସୂଚନା ମୁତାବକ, ୨୦୨୨ ମସିହାରେ ବୈବାହିକ ଜୀବନର ପୁନରୁଦ୍ଧାର ପାଇଁ ରଞ୍ଜନା ଏହି ଆବେଦନ କରିଥିଲେ। ପୂର୍ବରୁ ଉଦିତ ନାରାୟଣ ଅନେକ ଥର ଶୁଣାଣିରେ ଅନୁପସ୍ଥିତ ଥିଲେ, ଏଥିପାଇଁ କୋର୍ଟ ତାଙ୍କ ଉପରେ ଜରିମାନା ଲଗାଇଥିଲେ। ଜରିମାନା ଲାଗିବା ପରେ ଉଦିତର ଆଜିର ଶୁଣାଣିରେ ପହଞ୍ଚିଥିଲେ।
ତେବେ ରଞ୍ଜନା ନାରାୟଣ ଝା ନିଜ ଆବେଦନରେ କହିଥିଲେ ଯେ, ସେ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ଚାହାଁନ୍ତି। ତାଙ୍କ ବୟସ ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସେ ଏବେ ତାଙ୍କ ସହିତ ଜୀବନ ବିତାଇବାକୁ ଚାହାଁନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଯେତେବେଳେ ସେ ମୁମ୍ବାଇରେ ଉଦିତ ନାରାୟଣଙ୍କୁ ଭେଟିବାକୁ ଯାଆନ୍ତି, ତାଙ୍କ ପଛରେ ଗୁଣ୍ଡା ପଠାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/02/21/Rv3qJMLhYDVIG3s9lwI9.jpg)