ଆନନ୍ଦ ଆହୁଜା, ତୁମ ପୂର୍ବରୁ ପ୍ରଥମେ ମୁଁ! ସୋନମଙ୍କୁ ନେଇ ଏମିତି ଏକ ମନ୍ତବ୍ୟ ଦେଲେ ଜଣେ ସୁଦର୍ଶନ ଯୁବକ

ମୁମ୍ବାଇ: ବିବାହ ସରିଯାଇଛି ହେଲେ ସରିନି ଅଭିନେତ୍ରୀ ସୋନମଙ୍କୁ ନେଇ ପ୍ରଶଂସକଙ୍କ ମନରୁ ଉତ୍ସୁକତା। ସୋନମଙ୍କର ଟିକ୍‌ନିକ୍‌ ଖବର ଉପରେ ରହିଛି ନଜର। କେଉଁ ଭିଡିଓରେ ସୋନମ କପୁର୍‌ ତାଙ୍କ ପ୍ରେମୀ ଟର୍ଣ୍ଣଡ୍‌ ସ୍ୱାମୀଙ୍କୁ ‘ବାବୁ ସରି’ କହିଲେଣି ତ କେଉଁ ଭିଡିଓରେ ଅନନ୍ଦଙ୍କୁ ଦେଉଛନ୍ତି ଚୁମ୍ବନ। ଇତିମଧ୍ୟରେ ସୋନମଙ୍କର ଅନେକଗୁଡ଼ିଏ ଫଟୋ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇସାରିଛି। ସୋନମଙ୍କ ପୂରା ପରିବାର ଏବେ ଗଣମାଧ୍ୟମ ନଜରରେ।

ସୋନଙ୍କ ଭାଇ ହର୍ଷବର୍ଦ୍ଧନ କପୁର୍‌ ଇନ୍‌ଷ୍ଟାଗ୍ରାମରେ ସୋନମ ଏବଂ ଭିଣୋଇ ଆନନ୍ଦ ଆହୁଜାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଯାହା ଲେଖିଛନ୍ତି ସେଥିପାଇଁ ସେ ବି କମ୍‌ ଚର୍ଚ୍ଚା ପାଲଟି ନାହାନ୍ତି। ସେ ଲେଖିଛନ୍ତି‘ ସିନିୟର୍‌ ସୋନମ! ତୋ ପରି କେହି ନାହିଁ। ତୋ ହୃଦୟ ପରି ବିଶାଳ ହୃଦୟ ଦୁନିଆରେରେ କାହାର ନାହିଁ। ଆନନ୍ଦ ଅହୁଜା! ତୁମେ ଜଣେ ଭାଗ୍ୟବାନ୍‌ ପୁରୁଷ। ମାତ୍ର ଭୁଲିଯାଓନି ଯେ ଭାଗ୍ୟବାନ ପୁରୁଷ ହିସାବରେ ପ୍ରଥମେ ମୁଁ।’ ହର୍ଷବଦ୍ଧନ ସୋନମଙ୍କ ଭାଇ ଭାବେ ନିଜକୁ ପ୍ରଥମ ଭାଗ୍ୟବାନ ପୁରୁଷ କହି ଇନ୍‌ଷ୍ଟା ପୋଷ୍ଟ କରିବା ସହ ଶେଷରେ ଉଭୟ ଭଉଣୀ ଓ ଭିଣୋଇଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇ ଦୀର୍ଘଦିନର ପ୍ରେମ ସଂପର୍କ ପାଇଁ ଶୁଭକାମନା ଦେଇଛନ୍ତି।

ସମ୍ବନ୍ଧିତ ଖବର