ବାଘକୁ ମାରିବା ମୋର ସଂସ୍କାରରେ ନାହିଁ: ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୨ ତାରିଖ ଦିନ ଜନପ୍ରିୟ ଟେଲିଭିଜନ୍‌ ସୋ’ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ୍‌’ରେ (ମାନବ ବନାମ ଅରଣ୍ୟ) ଦେଖାଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ୟକ୍ରମର ହୋଷ୍ଟ୍‍ ବେୟର୍‌ ଗ୍ରିଲ୍‌ସ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡର ଅରଣ୍ୟରାଜି ମଧ୍ୟକୁ ଯାଇଥିଲେ। ତେବେ ସୋକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଚାଲିଥିବାବେଳେ କିଛି ଏଭଳି କଥା ସାମ୍ନାକୁ ଆସିଛି ଯାହାକି ଚର୍ଚ୍ଚା ସୃଷ୍ଟି କରିଛି|

ପ୍ରଧାନମନ୍ତ୍ରୀ ମୋଦୀ ଗ୍ରିଲ୍‌ସ୍‌ଙ୍କୁ ଭାରତକୁ ସ୍ୱାଗତ କରୁଛନ୍ତି। ହାତରେ ଧରିଛନ୍ତି ବାଉଁଶ କଟାଯାଇ ତିଆରି ହୋଇଥିବା ବର୍ଚ୍ଛା | ଗ୍ରିଲ୍‌ସ୍‌ ମୋଦୀଙ୍କୁ କହୁଛନ୍ତି ଯେ ଯଦି ଆପଣଙ୍କ ସାମ୍ନାକୁ ବାଘଟିଏ ଆସେ ଆପଣ ଏହି ବର୍ଚ୍ଛା ସାହାଯ୍ୟରେ ତାହାକୁ ମାରିଦେବେ | ମୋଦୀ ଏହାର ଜବାବରେ କହିଛନ୍ତି ଯେ ବାଘକୁ ମାରିବା ମୋର ସଂସ୍କାରରେ ନାହିଁ | ଏହାପରେ ବର୍ଚ୍ଛାଟିକୁ ଗ୍ରିଲ୍‌ସ୍‌ ନେବାକୁ ଉଦ୍ୟତ ହେବା ବେଳେ ମୋଦୀ କହିଛନ୍ତି ଯେ ଆପଣଙ୍କ ସୁରକ୍ଷା ପାଇଁ ମୁଁ ଏହାକୁ ପାଖରେ ରଖିବି |

ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ ଓ ମରାଠୀ ଭାଷାରେ ଏହାର ପ୍ରସାରଣ କରାଯିବାକୁ ଥିବାବେଳେ ହିମାଳୟରେ କିଭଳି ଜୀବନ ବିତାଇଥିଲେ ତାହା ମୋଦିଙ୍କୁ କହୁଥିବାର ଦର୍ଶକ ଦେଖିବାକୁ ପାଇବେ | ପ୍ରାଣୀ ସଂରକ୍ଷଣ ଏବଂ ପରିବେଶୀୟ ପରିବର୍ତ୍ତନ ସଂକ୍ରାନ୍ତ ସଚେତନତାର ପ୍ରଚାର ପାଇଁ ଏହି ସୋ’ ଉତ୍ତୋଳନ କରାଯାଇଛି।

ସମ୍ବନ୍ଧିତ ଖବର