ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ ନିକଟରେ ଜଣେ ପ୍ରଶଂସକଙ୍କ ସହ କଥାବାର୍ତ୍ତା ପରେ ସମାଲୋଚନା ପରିସରକୁ ଆସିଛନ୍ତି।
ନିକଟରେ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଇବ୍ରାହିମଙ୍କୁ ତାଙ୍କ ଜିମ୍ ବାହାରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଜଣେ ପ୍ରଶଂସକ ଇବ୍ରାହିମଙ୍କ ପାଖକୁ ଆସି ହାତ ମିଳାଇଥିଲେ। ପ୍ରଶଂସକ ହାତ ମିଳାଇବା ପରେ ଇବ୍ରାହିମ ସଙ୍ଗେସଙ୍ଗେ ପୋଛି ପକାଇ ପଚାରିଥିଲେ ଫଟୋ ଦରକାର କି ନାହିଁ? ଏହାପରେ ପ୍ରଶଂସକ ଯେମିତି କ୍ୟାମେରା ବା୍ହାର କରିଛନ୍ତି ଇବ୍ରାହିମ ସଙ୍ଗେସଙ୍ଗେ ଜିମ ଭିତରକୁ ଚାଲି ଯାଇଥିଲେ।
ଇବ୍ରାହିମଙ୍କ ପ୍ରଶଂସକଙ୍କ ପ୍ରତି ଏଭଳି ବ୍ୟବହାରକୁ ନେଇ ଫ୍ୟାନ୍ସମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କେଉଁ କାରଣ ପାଇଁ ଏତେ ଗର୍ବ । ଫ୍ୟାନ୍ସମାନଙ୍କ ପାଇଁ ହିଁ ଅଭିନେତା ଓ ଅଭିନେତ୍ରୀମାନେ ଲୋକପ୍ରିୟତା ପାଇଥାଆନ୍ତି।’