ଛୋଟେ ନୱାବ ସୈଫ ଅଲ୍ଲୀ ଖାନ୍ଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ। ବର୍ତ୍ତମାନ ସୁଦ୍ଧା ବଲିଉଡ୍ ଡେବ୍ୟୁ କରିନଥିଲେ ମଧ୍ୟ ନିଜ ଲୁକ୍ସ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି ସୈଫ୍ଙ୍କ ବଡ଼ ପୁଅ ଇବ୍ରାହିମ୍। ଇବ୍ରାହିମ୍ଙ୍କ କିଛି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଇବ୍ରାହିମ୍ଙ୍କ ଫଟୋ ଦେଖି ଯୁବତୀମାନେ ତାଙ୍କ ଫ୍ୟାନ୍ ହୋଇଯାଇଛନ୍ତି ଓ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଉଛନ୍ତି। ଇବ୍ରାହିମ ଇନଷ୍ଟାଗ୍ରାମରେ ନିଜର ଦୀପାବଳି ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ କୁର୍ତ୍ତା ପାଇଜାମା ପିନ୍ଧିଥିଲେ ଓ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି। ଏହି ଫଟୋ ସହ ଲେଖିଥିଲେ, ‘ଦୀପାବଳି ତ ଶେଷ ହୋଇସାରିଛି, ଏବେ କ୍ୟାପସନ ମିଳୁନାହିଁ’। ଏଥିରେ ଅନେକ ପ୍ରଶଂସକମାନେ କହିଛନ୍ତି, ସେମାନଙ୍କର କୌଣସି କ୍ୟାପସନ୍ର ଆବଶ୍ୟକତା ନାହିଁ। ଅନ୍ୟପକ୍ଷେ, କିଛି ମହିଳା ପ୍ରଶଂସକ ଇବ୍ରାହିମଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଛନ୍ତି। କେହି କେହି ତାଙ୍କୁ ‘ସ୍ୱାମୀ’ ବୋଲି ସମ୍ବୋଧନ ବି କରିଥିବା ଦେଖିବାକୁ ମିଳିଛି। ତେବେ ଇବ୍ରାହିମ୍ ଖୁବ୍ ଶୀଘ୍ର ବଲିଉଡ୍ ଡେବ୍ୟୁ କରିବେ ବୋଲି ପିତା ସୈଫ୍ ପରୋକ୍ଷରେ ଇଙ୍ଗିତ କରିସାରିଛନ୍ତି।
ଚର୍ଚ୍ଚାରେ ସୈଫ୍ଙ୍କ ପୁଅ ଇବ୍ରାହିମ୍
/sambad/media/post_attachments/wp-content/uploads/2020/11/sfhsfhsfh549787998465465sfshfssff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)