ଐଶ୍ୱର୍ଯ୍ୟାଙ୍କ ପାଇଁ ସୁପରଷ୍ଟାର ବନି ପାରିଥିଲେ କରିସ୍ମା, ସଲମାନଙ୍କୁ ପ୍ରେମ୍‌ ବନାଇବା ପାଇଁ ଏହି କଳାକାରଙ୍କର ଥିଲା ହାତ, କିଛି ଏମିତି ଫିଲ୍ମ ଯାହାକୁ ଛାଡ଼ି ଆଜି ଅନୁତାପ କରୁଛନ୍ତି ବଲିଉଡ଼୍‍ କଳାକାର

ବଲିଉଡ୍‌ରେ ପ୍ରଥମେ ଗୋଟେ ଫିଲ୍ମ ପାଇଁ ନିର୍ମାତା ଜଣେ କଳାକାରଙ୍କୁ ବାଛିଥିବା ବେଳେ ଫିଲ୍ମର ସୁଟିଂ ସମୟରେ କଳାକାରଙ୍କ ନାମ ବଦଳି ଯାଇଥାଏ । କଳାକାରଙ୍କୁ ଠିକ୍‌ ପାଉଣା ନ ମିଳିବା ବା ସମୟ ଅଭାବରୁ ସେମାନେ ସେ ଫିଲ୍ମ କରି ପାରନ୍ତି ନାହିଁ । ଯାହା ପରେ ଫିଲ୍ମଟି ଅନ୍ୟ କଳାକାରଙ୍କ ହାତକୁ ଚାଲି ଯାଏ । କିଛି କଳାକାର ଫିଲ୍ମର କାହାଣୀକୁ ପସନ୍ଦ ନକରି ଫିଲ୍ମ ଛାଡ଼ି ଦେଇଥିବା ବେଳେ ପରେ ସେ ଫିଲ୍ମ ହିଟ୍‌ ହେବା ଦେଖି ଅନୁତାପ କରିଥାନ୍ତି । ବଲିଉଡ୍‌ରେ ଏମିତି ଅନେକ ଫିଲ୍ମ ରହିଛି ଯାହାକୁ କିଛି କଳାକାର ଭଲ କାହାଣୀ ନାହିଁ ବୋଲି ଭାବି ଛାଡ଼ିଥିବା ବେଳେ ପରେ ଅନ୍ୟ କଳାକାର ସେ ଫିଲ୍ମରେ ଅଭିନୟ କରି ସୁପରଷ୍ଟାର ପାଲଟିଛନ୍ତି । ଆସନ୍ତୁ ନଜର ପକାଇବା ସେ ସବୁ ଫିଲ୍ମ ଉପରେ…

୧. ରାକେଶ ଓମ୍‌ପ୍ରକାଶ ମେହରାଙ୍କ ଫିଲ୍ମ ‘ରଙ୍ଗ ଦେ ବସନ୍ତୀ’ ଆପଣଙ୍କୁ ମନେଥିବ ନିଶ୍ଚୟ । ତେବେ ଆପଣ ଜାଣିଛନ୍ତି କି? ଫିଲ୍ମରେ ଥିବା ଆମିର ଖାନ୍‌ଙ୍କ ଚରିତ୍ର ପ୍ରଥମେ ଫର୍‌ହାନ୍‌ଙ୍କୁ ଦିଆଯାଇଥିଲା । କିନ୍ତୁ କୌଣସି କାରଣରୁ ସେ ଏହି ଫିଲ୍ମ କରିବା ପାଇଁ ମନା କରି ଦେଇଥିଲେ । ଯାହା ପରେ ଏହି ଚରିତ୍ରଟି ଆମିର୍‌ଙ୍କୁ ମିଳିଥିଲା । ପରେ ଏହି ଫିଲ୍ମ ସୁପରହିଟ୍‌ ହେବା ସହ ଆମିରଙ୍କୁ ନୂଆ ପରିଚୟ ମିଳିଥିଲା ।

India TV

୨. ଫିଲ୍ମ ‘ମୈନେ ପ୍ୟାର କିଆ’ରେ ପ୍ରେମ୍‌ର ଚରିତ୍ରରେ ଆସି ସମସ୍ତଙ୍କ ମନ ଜିଣିଥିଲେ ଦବଙ୍ଗ ଖାନ୍‌ ସଲମାନ । କିନ୍ତୁ ଏହି ଫିଲ୍ମ ପାଇଁ ସେ ପ୍ରଥମ ପସନ୍ଦ ନଥିଲେ । ଏହି ଫିଲ୍ମଟି ପ୍ରଥମେ ଫରାଜ୍‌ ଖାନ୍‌ଙ୍କୁ ଅଫର କରାଯାଇଥଲା । ଫରାଜ୍‌ ଫିଲ୍ମ ସାଇନ୍‌ ମଧ୍ୟ କରିଥିଲେ । କିନ୍ତୁ ସୁଟିଂ ଆରମ୍ଭ ହେବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେ ସୁଟିଂ କରି ପାରି ନଥିଲେ । ଯାହା ପରେ ଏହି ଅଫର ସଲମାନଙ୍କୁ ଦିଆ ଯାଇଥିଲା ।

Times Now Hindi

୩. ଫିଲ୍ମ ‘ଦିଓ୍ଵାନା’ର ନିର୍ଦ୍ଦେଶକ ରାଜ କଂଓ୍ଵର ଏହି ଫିଲ୍ମରେ ପ୍ରଥମେ ଶାହାରୁଖ୍‌ଙ୍କ ସ୍ଥାନରେ ଅରମାନ କୋହଲିଙ୍କୁ ନେବା ପାଇଁ ଭାବିଥିଲେ । ଅର୍‌ମାନ ଫିଲ୍ମର ପ୍ରଥମ କିଛି ଦୃଶ୍ୟ ମଧ୍ୟ ସୁଟିଂ କରିଥିଲେ । କିନ୍ତୁ ହଠାତ୍‌ ସେ ଫିଲ୍ମରେ କାମ କରିବା ପାଇଁ ମନା କରି ଦେଇଥିଲେ । ଯାହା ପରେ ଫିଲ୍ମଟି ଶାହାରୁଖ୍‌ଙ୍କୁ ଅଫର କରାଯାଇଥିଲା । ଫିଲ୍ମ ରିଲିଜ୍‌ ପରେ ଶାହାରୁଖ୍‌ଙ୍କୁ ଅଭିନୟ ଜୀବନରେ ଏକ ନୂଆ ପରିଚୟ ମିଳିଥିଲା ।

SpotboyE

୪. ଆମିର ଖାନ୍‌ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ହିଟ୍‌ ଫିଲ୍ମ ମଧ୍ୟରୁ ଗୋଟେ । ଫିଲ୍ମଟି ସୁପରହିଟ୍‌ ହେବା ସହ କରିସ୍ମାଙ୍କୁ ଅନେକ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମ ପରେ ତାଙ୍କ ଗଣତି ସୁପରଷ୍ଟାରଙ୍କ ମଧ୍ୟରେ ହେବାକୁ ଲାଗିଥିଲା । କିନ୍ତୁ ପ୍ରଥମେ ଏହି ଫିଲ୍ମ ଐଶ୍ୱର୍ଯ୍ୟାଙ୍କୁ ଅଫର କରାଯାଇଥିଲା । ପାଠ ପଢ଼ାରେ ବ୍ୟସ୍ତ ଥିବାରୁ ଐଶ୍ୱର୍ଯ୍ୟା ଏହି ଫିଲ୍ମ କରିବା ପାଇଁ ମନା କରି ଦେଇଥିଲେ ।

IBTimes India
ସମ୍ବନ୍ଧିତ ଖବର