ନୂଆଦିଲ୍ଲୀ:  ବଲିଉଡ ଜଗତରେ ନିଜର ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ତେବେ ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିବା କୁହାଯାଉଛି। ଏଥିପାଇଁ ନୱାଜୁଦ୍ଦିନଙ୍କ ମା’ ବୋହୂ ଜେନବ ଓରଫ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମ‌େ ପୁଲିସ ନୱାଜୁଦ୍ଦିନଙ୍କ ସ୍ତ୍ରୀଙ୍କୁ ପଚରାଉଚରା ପାଇଁ ଡକାଇଛି।

Advertisment

ନୱାଜୁଦ୍ଦିନଙ୍କ ମା’ କରିଥିବା  ଅଭିଯୋଗ କ୍ରମେ ମୁମ୍ବାଇ ପୁଲିସ ଅଭିନେତାଙ୍କ ସ୍ତ୍ରୀ ଆଲିଆଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଆଲିଆଙ୍କ ନାମରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୫୨,୩୨୩,୫୦୪ ଓ ୫୦୬ ଆଧା‌ରରେ ମାମଲା ରୁଜୁ କରାଯାଇଛି।

କୁହାଯାଉଛି କି, ସମ୍ପତ୍ତିକୁ ନେଇ ନୱାଜୁଦ୍ଦିନ, ତାଙ୍କ ମା’ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଛି। ନୱାଜୁଦ୍ଦିନଙ୍କ ବିବାହ ୨୦୧୦ ମସିହାରେ ହୋଇଥିଲା। ନୱାଜୁଦ୍ଦିନଙ୍କ ଦୁଇଟି ସନ୍ତାନ ବି ରହିଛନ୍ତି। କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି କି ଜେନବ ଅଭିନେତାଙ୍କ ଦ୍ବିତୀୟ ସ୍ତ୍ରୀ।

ନୱାଜୁଦ୍ଦିନଙ୍କ ବ୍ୟକ୍ତିଗତ ଜୀବନରେ ବିବାଦ ଦେଖା ଦେଇଥି‌ଲେ ହେଁ ସେ ତାଙ୍କ ବୃତ୍ତିଗତ ଜୀବନରେ ଅର୍ଥାତ ବଲିଉଡରେ ଜଣେ ଚର୍ଚ୍ଚିତ କଳାକାର।  ସିନେମାରେ ଅନେକ ଦିନ ପର୍ଯ୍ୟନ୍ତ ଛୋଟ ଛୋଟ ଭୂମିକାରେ ଅଭିନୟ  କରିବା ପରେ ଯାଇ ତାଙ୍କୁ ବଡ ଭୂମିକାରେ ସୁଯୋଗ ମିଳିଥିଲା ।  ଏଥିପାଇଁ ନୱାଜୁଦ୍ଦିନଙ୍କୁ  ବହୁ ସଂଘର୍ଷ ବି କରିବାକୁ ପଡ଼ିଥିଲା।

ନୱାଜୁଦ୍ଦିନ ନିଜର ଅଭିନୟର ଏମିତି ଏକ ଛାପ ସୃଷ୍ଟି କରିଛନ୍ତି ଯେ ତାଙ୍କର ଏଯାବତ ଅନେକ ପ୍ରଶଂସକଙ୍କ ରହିଛନ୍ତି। ନୱାଜଙ୍କୁ ନେଇ ଆସୁଥିବା କୌଣସି ସିନେମାକୁ ତାଙ୍କ ପ୍ରଶଂସକମାନେ ମିସ କରନ୍ତି ନାହିଁ। ସମୟ ବାହାର କରି ନିଶ୍ଚୟ ଦେଖିବାକୁ ଯାଆନ୍ତି ବୋଲି ନୱାଜୁଦ୍ଦିନଙ୍କ ଜଣେ ପ୍ରଶଂସକ କହିଛନ୍ତି।