ନୂଆଦିଲ୍ଲୀ: ବଲିଉଡ ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କରାଯିବା ଘଟଣାକୁ କେନ୍ଦ୍ର କରି ବିଜନୌର ପୁଲିସ ଯାଞ୍ଚ କରିଥିଲା। ଏହି ଯାଞ୍ଚରେ ପୁଲିସ ମୁଖ୍ୟ ଅଭିଯୁକ୍ତ ରିକ୍କି ଚୌଧୁରୀ ସମେତ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ପୁଲିସ ଏକଲକ୍ଷ ୪ହଜାର ଟଙ୍କା ସହିତ ଦୁଇଟି ମୋବାଇଲଫୋନ ଜବତ କରିଛି।
ଅପହରଣ ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟଦୁଇ ଅଭିଯୁକ୍ତ ଲବି ପାଲ ଓ ଅର୍ଜୁନ କରନାବଲଙ୍କ ସମେତ ଛଅଜଣ ଏଯାବତ ଫେରାର ଅଛନ୍ତି। ପୁଲିସ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ଗିରଫ ପରେ ରିକ୍କି ପୁଲିସ ସାମ୍ନାରେ ନିଜର ଦୋଷ ସ୍ବୀକାର କରି କହିଛି, ‘ଆମର ଗ୍ୟାଙ୍ଗ ଅନେକ ଅଭିନେତାଙ୍କୁ ଜାଣିଛି। ଆମର ଯୋଜନା ଅଭିନେତା ଶକ୍ତି କପୁରଙ୍କୁ କାର୍ଯ୍ୟକ୍ରମକୁ ଡାକି ତାଙ୍କୁ ଗିରଫ କରିବାର ଥିଲା। କିନ୍ତୁ ତାଙ୍କର ଆଡଭାନ୍ସ ଟୋକନ ମନି ଅଧିକ ଥିବାରୁ ଆମର ଯୋଜନା ବିଫଳ ହୋଇଯାଇଥିଲା।
ସେହିପରି ଏହି ଘଟଣା ପୂର୍ବରୁ ରାଜେଶ ପୁରୀଙ୍କୁ କାର୍ଯ୍ୟକ୍ରମକୁ ଡାକି ଅପହରଣ କରିବାର ଥିଲା। ରାଜେଶ ପୁରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଆମ ସମସ୍ତଙ୍କ ସହିତ ସେଲଫି ନେଇଥିଲେ। ଆଉ ଉକ୍ତ ସେଲଫିକୁ ତାଙ୍କର ପରିଚିତ ଲୋକଙ୍କ ପାଖକୁ ପଠାଇ ଦେଇଥିଲେ। ଯେଉଁ କାରଣରୁ ଆମର ଅପହରଣ ଯୋଜନା ପଣ୍ଡ ହୋଇଯାଇଥିଲା।