୨୦୧୦ ମସିହାରେ ‘ସଂସ୍କାର’ ଧାରାବାହିକରୁ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ଏହି କଳାକାର ଆଜି ଓଡ଼ିଆ ସିନେଜଗତେର ବେଶ୍ ଜଣାଶୁଣା। ବାପା ସୁକାନ୍ତ ଆଚାର୍ଯ୍ୟ ଓ ମାଆ ହରପ୍ରିୟା ଆଚାର୍ଯ୍ୟଙ୍କୁ ନିଜ ସଫଳତାର ଶ୍ରେୟ ଦେଉଥିବା ଏହି ଅଭିନେତା ୧୫ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ସାରିଲେଣି। ୨୦୧୧ ମସିହାରେ ‘ପ୍ରେମ୍ ୱେଡ୍ସ୍ ପ୍ରିୟା’ରୁ ନିଜର ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିବା ଓଲିଉଡ୍ର ଆଗଧାଡ଼ିର ନାୟକ ସମ୍ବିତ୍ ଆଚାର୍ଯ୍ୟଙ୍କ ସହ ଅଳ୍ପ-ଆଳାପ।
୧ ପ୍ରଥମେ ଧାରାବାହିକରେ ନଜର ଆସିବା ପରେ ସିନେମାରେ ଅଭିନୟ କଲେ। କେବେ ଭଲ ଚରିତ୍ର ମିଳିଲେ ପୁଣି ସିରିୟଲ୍ କରିବେ କି?
ଭଲ ସୁଯୋଗ ମିଳିଲେ ନିଶ୍ଚୟ କରିବି। ମୁଁ ତ ସିରିୟଲ୍ରୁ କ୍ୟାରିୟର୍ ଆରମ୍ଭ କରିଛି, ସିରିୟଲ୍ କରିବାରେ କୌଣସି ଅସୁବିଧା ନାହିଁ। ମାତ୍ର ଚରିତ୍ରଟି ମୋର ପସନ୍ଦ ହେବା ଆବଶ୍ୟକ।
ସିନେମାରେ ଯେତିକି ସଫଳ ହେବା
କଥା ସେତିକି ସଫଳ ହୋଇଛନ୍ତି ବୋଲି ଭାବୁଛନ୍ତି କି?
ପ୍ରଥମ କଥା ହେଲା ମୁଁ ବାଛି ବାଛି ସିନେମା କରେ। ୧୦୧୧ ମସିହାରୁ ଏହି ଯାତ୍ରା ଆରମ୍ଭ ହୋଇ ଏଯାବତ୍ ଜାରି ରହିଛି। ଦର୍ଶକ ମୋତେ ଗ୍ରହଣ କରୁଥିବାରୁ ମୁଁ ସକ୍ରିୟ ଅଛି। ଏହା ହିଁ ମୋ ପାଇଁ ବଡ଼ ସଫଳତା।
ଆପଣଙ୍କ ପତ୍ନୀଙ୍କର କେଉଁ ଗୁଣ ତାଙ୍କୁ ବିବାହ କରିବାକୁ ଆପଣଙ୍କୁ ବାଧ୍ୟ କଲା?
ତାଙ୍କର କିଛି ବିଶେଷ ଗୁଣ ଜାଣିବା ପୂର୍ବରୁ ହିଁ ମୁଁ ତାଙ୍କ ପ୍ରେମରେ ପଡ଼ି ଯାଇଥିଲି। ତେବେ ପ୍ରେମ କଲା ପରେ ତାଙ୍କ ନିଃସ୍ବାର୍ଥପଣିଆ ମୋତେ ବେଶ୍ ପ୍ରଭାବିତ କଲା। ତା’ପରେ ମୁଁ ତାଙ୍କୁ ମୋ ଜୀବନସାଥୀ ଭାବେ ବାଛିବାର ନିଷ୍ପତ୍ତି ନେଲି।
ଶ୍ରୀମତୀ ଯଦି ଅଭିନୟ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଆପଣ ସମର୍ଥନ ଦେବେ?
ତାଙ୍କର ଏ ପ୍ରତି ଟିକେ ବି ଆଗ୍ରହ ନାହିଁ। ମୁଁ ଜାଣେ, ସେ କେବେ ବି ମୋତେ କହିବେ ନାହିଁ ଯେ ତାଙ୍କୁ ଅଭିନୟ କରିବାର ଅଛି।
ଗ୍ରୀଷ୍ମ, ବର୍ଷା ଓ ଶୀତ ଭିତରୁ କେଉଁ ଋତୁ ଆପଣଙ୍କର ପସନ୍ଦ ଓ କାହିଁକି?
ମୋତେ ଶୀତଋତୁ ବହୁତ ଭଲଲାଗେ। ଶୀତଦିନେ ପ୍ରକୃତିକୁ ମୁଁ ଖୁବ୍ ଉପଭୋଗ କରେ।
ଆପଣ ସିନେମାରେ ଯେଉଁ ପୋଷାକ ପରିଧାନ କରନ୍ତି ସେ ନିଷ୍ପତ୍ତି ଆପଣଙ୍କର ହୋଇଥାଏ ନା ନିର୍ଦ୍ଦେଶକଙ୍କର?
ତିନିଜଣଙ୍କ ନିଷ୍ପତ୍ତିରେ ଅଭିନେତାର ପୋଷାକ ଚୟନ ହୋଇଥାଏ- ନିର୍ଦ୍ଦେଶକ, କଷ୍ଟ୍ୟୁମ୍ ଡିଜାଇନର୍ ଓ କଳାକାର। ତେବେ ସବୁଠାରୁ ବଡ଼ ଦାୟିତ୍ବ ହେଉଛି କାହାଣୀର। କାହାଣୀ ଅନୁସାରେ ହିଁ ପୋଷାକ ଚୟନ କରାଯାଏ।
ଆପଣ ଯଦି ଝିଅ ହୋଇଥାନ୍ତେ ତ ଓଲିଉଡ୍ର କେଉଁ ନାୟକଙ୍କୁ ପ୍ରେମ ନିବେଦନ କରିଥାନ୍ତେ?
ଓଡ଼ିଆ ସିନେଶିଳ୍ପରେ ଦିବଂଗତ ନାୟକ ମିହିର ଦାସ ମୋର ଖୁବ୍ ପସନ୍ଦ। ମୁଁ ଝିଅଟିଏ ହୋଇଥିଲେ ହୁଏତ ତାଙ୍କ ପ୍ରେମରେ ପଡ଼ିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/16/untitled-16-2025-11-16-06-11-16.jpg)