ସଲମାନଙ୍କ ପଛରେ ଧାଇଁଲା ବୁଲା କୁକୁର, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ଗତକାଲି ମୁମ୍ବାଇରେ ଆଇଫା ଆଓ୍ଵାର୍ଡସ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବଲିଉଡ୍‌ କଳାକାରମାନେ ଡିଜାଇନର ପୋଷାକ ପିନ୍ଧି ଷ୍ଟାଇଲିସ୍‌ ଅନ୍ଦାଜରେ ନଜର ଆସିଥିଲେ । ତେବେ ଏହି ସମୟରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଥିଲା । କଡ଼ା ସୁରକ୍ଷା ବଳୟ ଥାଇ ମଧ୍ୟ ଏକ ବୁଲା କୁକୁର ଭିତରକୁ ପଶି ଆସିଥିଲା । ସଲମାନ ଭିତରକୁ ପ୍ରବେଶ କରିବା ସମୟରେ ସେ ସଲମାନଙ୍କ ପଛେ ପଛେ ଧାଉଁଥିବାର ଦେଖାଯାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Every dog has his day this was his time to shine and he knew #SalmanKhan is a big animal lover ❤

A post shared by Viral Bhayani (@viralbhayani) on

ତେବେ ଏଭଳି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଏହାକୁ ଥଟ୍ଟା କରିବା ସହ କିଛି କୁକୁର ମଧ୍ୟ ସଲମାନଙ୍କ ବଡ଼ ପ୍ରଶଂସକ ବୋଲି କହିବା ଆରମ୍ଭ କରିଛନ୍ତି । କିନ୍ତୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୁକୁରଟି ଭିତରକୁ କିଭଳି ପ୍ରବେଶ କଲା ତାକୁ ନେଇ ଲୋକେ ଚର୍ଚ୍ଚା କରିବାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର