ମୁମ୍ବାଇ: ଆଇଫା ଆୱାର୍ଡ-୨୦୨୪ ଆବୁଧାବିର ୟସ ଦ୍ୱୀପରେ ଆୟୋଜିତ ହୋଇଛି | କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପଠାରୁ ଆରମ୍ଭ କରି ବଲିଉଡ ସିନେମା ପର୍ଯ୍ୟନ୍ତ ସମସ୍ତ ତାରକା ଏହି ଉତ୍ସବରେ ଯୋଗ ଦେଇଥିବା ଦେଖାଯାଇଥିଲା। ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ଜଣାଶୁଣା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଆଇଫା ଆୱାର୍ଡ-୨୦୨୪ରେ ଯୋଗ ଦେଇଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଆରାଧ୍ୟାଙ୍କୁ ନେଇ ପ୍ରଶ୍ନ କରିବାରୁ ସେ କିଭଳି ଉତ୍ତର ଦେଇଥିଲେ, ତାହା ସାମ୍ନାକୁ ଆସିଛି।
ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ଯେ, 'ଆରାଧ୍ୟା ସବୁ ବେଳେ ଆପଣଙ୍କ ସହ ରହୁଛନ୍ତି। ସେ ସବୁଠୁ ଭଲ ବ୍ୟକ୍ତିତ୍ବଙ୍କଠାରୁ ଭଲ ଜିନିଷ ଶିଖୁଛନ୍ତି।' ପ୍ରଶ୍ନଟି ଶେଷ ହେବା ପୂର୍ବରୁ ଐଶ୍ବର୍ଯ୍ୟା ହାତ ଦେଖାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ରୋକିବା ସହ କହିଥିଲେ, 'ସେ ମୋ ଝିଅ। ସେ ସବୁବେଳେ ମୋ ସହିତ ଅଛନ୍ତି।' ତାଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/BiI8e6pB8w5DHxp2iGiO.jpg)