ସେ ଖେଳାଳି ହୁଅନ୍ତୁ କି ବିମାନ ଚଳାଉଥିବା ପାଇଲଟ୍, କଳାକାର ହୁଅନ୍ତୁ କି ଜଣେ ସାଧାରଣ ଗୃହିଣୀ, ବିବାହ ପରେ ମାତୃତ୍ବ ଲାଭ କରିବାର ଆଶା ଓ ଉତ୍କଣ୍ଠା ସବୁ ନାରୀଙ୍କ ଭିତରେ ଥାଏ। ତେଲୁଗୁ ସିନେମା ‘ଦେବଦାସୁ’ ହେଉ କି ‘ଜଲ୍‌ସା’, ‘ଅମର ଆକବର ଆନ୍ଥୋନି’, ‘କିକ୍’, ତାମିଲ ସିନେମା ‘କେଡି’ ହେଉ କି ‘ନାନ୍‌ବାନ୍‌’ ପୁଣି ବଲିଉଡ୍ ମୁଭି ‘ବର୍ଫି’, ‘ମେ ତେରା ହିରୋ’, ‘ହାପି ଏଣ୍ଡିଙ୍ଗ୍’, ‘ରୁସ୍ତମ୍’, ‘ମୁବାରକ’, ‘ରେଡ୍’, ‘ଫଟା ପୋଷ୍ଟର ନିକ୍‌ଲା ହିରୋ’ ଓ ‘ଦ ବିଗ୍ ବୁଲ୍‌’ ଆଦି ତିରିଶରୁ ଅଧିକ ସିନେମାରେ ନାୟିକା ସାଜି ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଇଲିଆନା।

Advertisment

ବିବାହ ପରେ ଏବେ ସେ ମାତୃତ୍ବ ଲାଭ କରିବାକୁ ଯାଉଛନ୍ତି। ମାତୃତ୍ବ ପୂର୍ବର ତାଙ୍କ ଚେହେରାର କିଛି ଛବି ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। କିଛି ଫଟୋ ସେ ତାଙ୍କ ପୋଷା କୁକୁର ସହିତ ଉଠାଇ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଏତେ ଉତ୍କଣ୍ଠାର ସହ ଚାହିବସିଛନ୍ତି ଯେ କେତେ ଶୀଘ୍ର ତାଙ୍କ ବେବି ଡାର୍ଲିଂ ତାଙ୍କ କୋଳକୁ ଆସିବ। ବେଶ୍ କିଛିଦିନ ପୂର୍ବରୁ ଅଷ୍ଟ୍ରେଲିଆନ୍ ଫଟୋଗ୍ରାଫର ଆଣ୍ଡ୍ରିୟୁ ନିନ୍‌ବୋନ୍‌ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। କିନ୍ତୁ ଉଭୟ ଏ ସମ୍ପର୍କକୁ ଲୋକଲୋଚନକୁ ଆଣି ନ ଥିଲେ। ଶେଷରେ ୨୦୧୯ରେ ଉଭୟଙ୍କ ଭିତରେ ସମ୍ପର୍କର ବ୍ରେକ୍‌ଅପ୍ ହେଲା।

ଏହାପରେ ସେ ବଲିଉଡ୍ ସୁନ୍ଦରୀ କ୍ୟାଟ୍ରିନା କୈଫ୍‌ଙ୍କ ଭାଇ ବାସ୍ତିଆନ୍ କୈଫ୍‌ଙ୍କ ପ୍ରେମରେ ପଡ଼ିଲେ, ଆଉ ତାଙ୍କୁ ମଧ୍ୟ ବିବାହ କଲେ। ନିକଟରେ ପତି-ପତ୍ନୀ ମାଲଦ୍ବୀପ ଭ୍ରମଣରେ ଯାଇଥିଲେ। କିଛିଦିନ ତଳେ ଅଭିଷେକ ବଚ୍ଚନଙ୍କ ସହ ସେ ‘ଦ ବିଗ୍ ବୁଲ୍’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲେ। ଆଗକୁ ଆସୁଛି ଇଲିଆନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ତେରା କ୍ୟା ହୋଗା’। ଏଥିରେ ତାଙ୍କ ବିପକ୍ଷର ନାୟକ ସାଜିଛନ୍ତି ରଣଦୀପ୍ ହୋଦା। ଏହା ସହ ବିଦ୍ୟା ବାଲାନ୍ ଓ ପ୍ରତୀକ ଗାନ୍ଧୀଙ୍କ ଏକ ଆ‌େଘାଷିତ ଶୀର୍ଷକ ସିନେମାରେ ମଧ୍ୟ ତାଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।