ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପାର୍ଥୋ ଘୋଷଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ନିର୍ଦ୍ଦେଶକ ମୃତ୍ୟୁ ଖବରକୁ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତ ନିଶ୍ଚିତ କରିଛନ୍ତି।
ଋତୁପର୍ଣ୍ଣା ସେନଗୁପ୍ତ ଏହି ଦୁଃଖଦ ଖବରକୁ ସେୟାର କରି ଲେଖିଛନ୍ତି, 'ମୋ ପାଖରେ କିଛି କହିବାକୁ ଶବ୍ଦ ନାହିଁ। ମୁଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛି। ଆମେ ଜଣେ ଅସାଧାରଣ ପ୍ରତିଭା, ଜଣେ ଦୂରଦୃଷ୍ଟିସମ୍ପନ୍ନ ନିର୍ଦ୍ଦେଶକ ଏବଂ ଜଣେ ଦୟାଳୁ ଆତ୍ମାକୁ ହରାଇ ଦେଇଛୁ। ପାର୍ଥୋ ଦା, ତୁମର ନିର୍ଦ୍ଦେଶନାରେ ଥିବା ଯାଦୁ ପାଇଁ ତୁମକୁ ସର୍ବଦା ମନେ ରଖାଯିବ। ଶାନ୍ତିରେ ବିଶ୍ରାମ ନିଅ।'
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/09/C6F8cEPVbm3N9IwdZpX2.jpg)