ମୁଁ ଭାଗ୍ୟବତୀ

ଦକ୍ଷିଣୀ ସୁନ୍ଦରୀ ସମନ୍ଥା ଏବେ ୱେବ୍ ସିରିଜରେ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି, ‘୧୫ ବର୍ଷରୁ ୫୦ ବର୍ଷ; ସବୁବର୍ଗର ସମସ୍ତ ଦର୍ଶକ ମୋ‌ ଚରିତ୍ରକୁ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି।’ ଏହି ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ପାଇ ସେ ନିଜକୁ ଭାଗ୍ୟବତୀ ବୋଲି ବିବେଚନା କରିଛନ୍ତି। ୱେବ୍ ସିରିଜ ‘ଫ୍ୟାମିଲି ମ୍ୟାନ-୨ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ସମନ୍ଥା ଆକ୍କିନେନୀ କହିଛନ୍ତି, ଏହା ତାଙ୍କ ପାଇଁ ଏକ ସ୍ବପ୍ନର ଚରିତ୍ର। କେବଳ ହିନ୍ଦୀ ମୁଭି ‘ଏକ୍ ଦିୱାନା ଥା’ରେ ଦର୍ଶକଙ୍କ ନଜରକୁ ଆସିଛନ୍ତି ସମନ୍ଥା।

ଏବେ କୋଭିଡ୍ ସଂକ୍ରମଣ ଓ ଏଥିଜନିତ କଟକଣା ଭିତରେ ୱେବ୍‌ ସିରିଜ୍ ‘ଫ୍ୟାମିଲି ମ୍ୟାନ୍’ର ପ୍ରଥମ ଓ ଦ୍ବିତୀୟ ଭାଗରେ ଅଭିନୟ କରି ସେ ଅଧିକ ଚର୍ଚ୍ଚାକୁ ଆସିଛନ୍ତି। ‘ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର୍ ଦେଖିବା ପରେ ଜଣାପଡ଼ିଛି ଯେ ସମନ୍ଥା ଏଥିରେ ରାଜି ଚରିତ୍ରରେ ଉଭା ହେଇଛନ୍ତି, ଯିଏ ଏକ ସନ୍ତ୍ରାସବାଦ ଦଳରେ ଜଡ଼ିତ ଅଛନ୍ତି। ତେଲୁଗୁ ଓ ତାମିଲ ସିନେମା ଇଣ୍ଡଷ୍ଟ୍ରିରେ ପାଖାପାଖି ଦଶବର୍ଷ ପୂରଣ କରିଥିବା ସମନ୍ଥା ଏବେ ବଲିଉଡ୍‌ରେ ନିଜର ପତିଆରା ଦେଖାଉଛନ୍ତି।

ସମ୍ବନ୍ଧିତ ଖବର