‘ଦ କଶ୍ମୀର ଫାଇଲ୍ସ’ ପରେ ‘ଆରଆରଆର୍’ର ଆଇଏମଡିବି ରେଟିଂ ହ୍ରାସ

ମୁମ୍ବାଇ: ମାର୍ଚ୍ଚ ୨୫ ତାରିଖ ରିଲିଜ୍ ହୋଇଥିବା ‘ଆରଆରଆର୍’ର ଆଇଏମଡିବି(IMDb) ରେଟିଂ ହ୍ରାସ ପାଇଛି। ରିଲିଜ ପୂର୍ବରୁ ‘ଆରଆରଆର୍’କୁ ୯.୨ ଆଇଏମଡିବି ରେଟିଂ ମିଳିଥିଲା। ଏହି ରେଟିଂ ୭ ହଜାର ୫ ଶହରୁ ଅଧିକ ଲୋକଙ୍କ ରେଟିଂ ଆଧାରରେ ମିଳିଥିଲା। ୭୬୬୮ ଆଇଏମଡିବି ବ୍ୟବହାରକାରୀଙ୍କ ମଧ୍ୟରୁ ୮୦.୯ ପ୍ରତିଶତ ବ୍ୟବହାରକାରୀ ଚଳଚ୍ଚିତ୍ରକୁ ୧୦ ଷ୍ଟାର୍ ଦେଇଥିଲେ। ଅନ୍ୟପକ୍ଷରେ ୪.୯ ପ୍ରତିଶତ ଲୋକ ୯ ଓ ୮.୪ ପ୍ରତିଶତ ଲୋକ ୧ ରେଟିଂ ଦେଇଥିଲେ।

‘ଆରଆରଆର୍’ର ରେଟିଂ ବର୍ତ୍ତମାନ ୯.୧ ହୋଇଯାଇଛି। ଏହି ରେଟିଂ ପାଖାପାଖି ୧୫ ହଜାର ଲୋକଙ୍କ ରିଭ୍ୟୁ ପରେ ସାମନାକୁ ଆସିଛି। ୧୪ ହଜାର ୯୧୨ ରିଭ୍ୟୁ ମଧ୍ୟରୁ ୧୧ ହଜାର ୪୮୬ ଚଳଚ୍ଚିତ୍ରକୁ ୧୦ ରେଟିଂ ଦେଇଛନ୍ତି। ଅନ୍ୟପକ୍ଷରେ ୬.୮ ପ୍ରତିଶତ ଚଳଚ୍ଚିତ୍ରକୁ ୯ ରେଟିଂ ଦେଇଛନ୍ତି। ୭.୮ ପ୍ରତିଶତ ଅର୍ଥାତ୍ ୧୧୬୧ ଜଣ ଚଳଚ୍ଚିତ୍ରକୁ ୧ ରେଟିଂ ପଏଣ୍ଟ ଦେଇଛନ୍ତି। ଏପରି ସ୍ଥିତିରେ ଚଳଚ୍ଚିତ୍ରରେ ହାରାହାରି ରେଟିଂ ୯.୧ ହୋଇଯାଇଛି।

‘ଦ କଶ୍ମୀର ଫାଇଲ୍ସ’ର ରେଟିଂ ପ୍ରଥମେ ୧୦ରୁ ୧୦ ଥିଲା । ‘ଦ କଶ୍ମୀର ଫାଇଲ୍ସ’ର ତାଜା ରେଟିଂ ୮.୩ ଅଛି । ୫ ଲକ୍ଷ ୩୩ ହଜାର ୨୩୬ ଲୋକଙ୍କ ମଧ୍ୟରୁ ୪ ଲକ୍ଷ ୯୭ ହଜାର ୭୨ ଏହି ଚଳଚ୍ଚିତ୍ରକୁ ୧୦ ରେଟିଂ ଦେଇଛନ୍ତି। ୫ ହଜାର ୫ ଶହ ୯୩ ଜଣ ୯ ରେଟିଂ ଓ ୨୫ ହଜାର ୩ ଶହ ୩୭୮ ଜଣ ୧ ରେଟିଂ ଦେଇଛନ୍ତି।

ସମ୍ବନ୍ଧିତ ଖବର