ମୁମ୍ବାଇ: ଏବେ #ମି ଠୁ ଅଭିଯାନର ପ୍ରଭାବ ଚାରିଆଡ଼େ ଦେଖିବାକୁ ମିଳୁଛି । କିଛି କଳାକାର ବର୍ଷ ବର୍ଷ ପୂର୍ବେ ଶିକାର ହୋଇଥିବା ଯୌନ ଶୋଷଣର ଖୁଲାସା କରିବା ଆରମ୍ଭ କରିଛନ୍ତି । ତନୁଶ୍ରୀ ଦତ୍ତ ଆଣିଥିବା ଅଭିଯୋଗ ପରିସ୍ଥିତିକୁ ଉଷ୍ମ କରିଥିବା ବେଳେ ଏବେ ନିର୍ଦ୍ଦେଶକ ବିକାଶ ବହଲଙ୍କ ଅଡ଼ୁଆ ଧିରେ ଧିରେ ବଢ଼ିବାରେ ଲାଗିଛି । ଜଣେ ମହିଳା ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ସମର୍ଥନ ଜଣାଇ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ ମଧ୍ୟ ବିକାଶଙ୍କ ବିରୋଧରେ ମତ ରଖିଥିଲେ ।
ଏବେ ଏ ନେଇ ମୁହଁ ଖୋଲିଛନ୍ତି ଅଭିନେତା ଇମ୍ରାନ୍ ଖାନ୍ । ବିକାଶ ୩ ଜଣ ଅଭିନେତ୍ରୀଙ୍କୁ ଯୌନ ଶୋଷଣ କରିଥିବା ମୁଁ ଜାଣିଥିଲି ବୋଲି କହିଛନ୍ତି ଇମ୍ରାନ । ସବୁ ଜାଣି କ’ଣ ପାଇଁ ଚୁପ୍ ରହିଥିଲେ ବୋଲି ପଚରାଯିବାପରେ,"୩ ଜଣ ଅଭିନେତ୍ରୀଙ୍କ ଠାରୁ ମୁଁ ବିକାଶଙ୍କ ବିଷୟରେ ଶୁଣିଥିଲି । କିଭଳି ସେ ସୁଟିଂ ସେଟ୍ରେ ଅଭିନେତ୍ରୀମାନଙ୍କୁ ଅଶାଳୀନ ଭାବରେ ସ୍ପର୍ଶର୍ କରିବା ସହ ତାଙ୍କ ସହ ରାତି ବିତାଇବାକୁ କହୁଥିଲେ ସେ ସବୁ ବିଷୟରେ ମୋତେ ଜଣାଥିଲା । ଏହାର ଖୁଲାସା କରିବା କଥା ମଧ୍ୟ ମୁଁ ଚିନ୍ତା କରିଥିଲି । କିନ୍ତୁ ମୁଁ ଜଣେ ବନ୍ଧୁଙ୍କ ପରାମର୍ଶ ନେବା ପରେ ମୋ ନିଷ୍ପତ୍ତିି ବଦଳାଇଥିଲି ।
/sambad/media/post_attachments/wp-content/uploads/2018/10/download-2-9.jpg)
ସେ ସମୟରେ ମୋ ଫିଲ୍ମ ବକ୍ସ ଅଫିସରେ ଭଲ ଚାଲୁ ନଥିଲା । ଯଦି ମୁଁ ଏଭଳି କିଛି ଖୁଲାସା କରିଥାନ୍ତି । ତେବେ ମିଡ଼ିଆ ଏବଂ ଲୋକମାନେ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି ଭାବିଥାନ୍ତେ । ଏ ସବୁ ବିଷୟରେ ଜାଣି ମୁଁ ଚୁପ୍ ରହିବା ଠିକ୍ ବୋଲି ଭାବିଥିଲି । କିନ୍ତୁ ଏବେ ମୋତେ ସୁଯୋଗ ମିଳିବାରୁ ମୁଁ ଏ ବିଷୟରେ ଜଣାଇଲି ବୋଲି ଇମ୍ରାନ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/IndiaTvac762f_imran_khan.jpg)