ଇମ୍ରାନ୍‌ ଖାନ୍‌ଙ୍କ ଚାଞ୍ଚଲ୍ୟକର ଖୁଲାସା : ୩ଜଣ ଅଭିନେତ୍ରୀଙ୍କ ସହ ଯୌନ ଶୋଷଣ କରିଥିଲେ ନିର୍ଦ୍ଦେଶକ ବିକାଶ ବହଲ

ମୁମ୍ବାଇ: ଏବେ #ମି ଠୁ ଅଭିଯାନର ପ୍ରଭାବ ଚାରିଆଡ଼େ ଦେଖିବାକୁ ମିଳୁଛି । କିଛି କଳାକାର ବର୍ଷ ବର୍ଷ ପୂର୍ବେ ଶିକାର ହୋଇଥିବା ଯୌନ ଶୋଷଣର ଖୁଲାସା କରିବା ଆରମ୍ଭ କରିଛନ୍ତି । ତନୁଶ୍ରୀ ଦତ୍ତ ଆଣିଥିବା ଅଭିଯୋଗ ପରିସ୍ଥିତିକୁ ଉଷ୍ମ କରିଥିବା ବେଳେ ଏବେ ନିର୍ଦ୍ଦେଶକ ବିକାଶ ବହଲଙ୍କ ଅଡ଼ୁଆ ଧିରେ ଧିରେ ବଢ଼ିବାରେ ଲାଗିଛି । ଜଣେ ମହିଳା ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ସମର୍ଥନ ଜଣାଇ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ମଧ୍ୟ ବିକାଶଙ୍କ ବିରୋଧରେ ମତ ରଖିଥିଲେ ।

ଏବେ ଏ ନେଇ ମୁହଁ ଖୋଲିଛନ୍ତି ଅଭିନେତା ଇମ୍ରାନ୍‌ ଖାନ୍‌ । ବିକାଶ ୩ ଜଣ  ଅଭିନେତ୍ରୀଙ୍କୁ  ଯୌନ ଶୋଷଣ କରିଥିବା ମୁଁ ଜାଣିଥିଲି ବୋଲି କହିଛନ୍ତି ଇମ୍ରାନ । ସବୁ ଜାଣି କ’ଣ ପାଇଁ ଚୁପ୍‌ ରହିଥିଲେ ବୋଲି ପଚରାଯିବାପରେ,”୩ ଜଣ ଅଭିନେତ୍ରୀଙ୍କ ଠାରୁ ମୁଁ ବିକାଶଙ୍କ ବିଷୟରେ ଶୁଣିଥିଲି । କିଭଳି ସେ ସୁଟିଂ ସେଟ୍‌ରେ ଅଭିନେତ୍ରୀମାନଙ୍କୁ ଅଶାଳୀନ ଭାବରେ ସ୍ପର୍ଶର୍ କରିବା ସହ ତାଙ୍କ ସହ ରାତି ବିତାଇବାକୁ କହୁଥିଲେ ସେ ସବୁ ବିଷୟରେ ମୋତେ ଜଣାଥିଲା । ଏହାର ଖୁଲାସା କରିବା କଥା ମଧ୍ୟ ମୁଁ ଚିନ୍ତା କରିଥିଲି । କିନ୍ତୁ ମୁଁ ଜଣେ ବନ୍ଧୁଙ୍କ ପରାମର୍ଶ ନେବା ପରେ ମୋ ନିଷ୍ପତ୍ତିି ବଦଳାଇଥିଲି ।

ସେ ସମୟରେ ମୋ ଫିଲ୍ମ ବକ୍ସ ଅଫିସରେ ଭଲ  ଚାଲୁ ନଥିଲା । ଯଦି ମୁଁ ଏଭଳି କିଛି ଖୁଲାସା କରିଥାନ୍ତି । ତେବେ ମିଡ଼ିଆ ଏବଂ ଲୋକମାନେ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି ଭାବିଥାନ୍ତେ । ଏ ସବୁ ବିଷୟରେ ଜାଣି ମୁଁ ଚୁପ୍‌ ରହିବା ଠିକ୍‌ ବୋଲି ଭାବିଥିଲି । କିନ୍ତୁ ଏବେ ମୋତେ ସୁଯୋଗ ମିଳିବାରୁ ମୁଁ ଏ ବିଷୟରେ ଜଣାଇଲି ବୋଲି ଇମ୍ରାନ କହିଛନ୍ତି ।

ସମ୍ବନ୍ଧିତ ଖବର