ମୁମ୍ବାଇ: ରାମାନନ୍ଦ ସାଗରଙ୍କ ବହୁ ଲୋକପ୍ରିୟା ପୌରାଣିକ ଧାରାବାହିକ ‘ରାମାୟଣ’ରେ ମାଆ ସୀତାଙ୍କ ଭୂମିକା ନିଭାଇ ଦର୍ଶକଙ୍କ ମନ ଜିଣି ପାରିଥିଲେ ଦୀପିକା ଚିଖଲିଆ। ଏବେ ବି ଲୋକ ତାଙ୍କୁ ମାଆ ସୀତାଙ୍କ ରୂପରେ ଦେଖନ୍ତି। ଏହି କାରଣରୁ ତାଙ୍କୁ ଅନେକ ସମୟରେ ଟ୍ରୋଲ୍‌ ହେବାକୁ ପଡୁଛି। ଲୋକେ ତାଙ୍କୁ ମାଆ ସୀତାଙ୍କ ରୂପରେ ଦେଖୁଥିବା ବେଳେ ଦୀପିକା ଯଦି କିଛି ଆଧୁନିକ ଅବତାରରେ ନଜର ଆସନ୍ତି ତ ତାହା ପ୍ରଶଂସକଙ୍କୁ ପସନ୍ଦ ଆସିନଥାଏ।

Advertisment

ଏପରି ଅଭିଯୋଗ ପ୍ରଶଂସକମାନେ ପୂର୍ବରୁ ଅନେକ ଥର କରିଛନ୍ତି। ନିକଟରେ ଏ ନେଇ ତାଙ୍କ ମୁହଁ ଖୋଲିଛନ୍ତି ଦୀପିକା। ସେ କହିଛନ୍ତି, ‘ଏକ ପବ୍ଲିକ୍‌ ଫିଗର୍‌ ହୋଇଥିବାରୁ ମୁଁ ସବୁବ‌େଳେ ଚେ‌ଷ୍ଟା କରେ ମୋର କୌଣସି କାର୍ଯ୍ୟ ମୋ ଦର୍ଶକମାନଙ୍କ ମନକୁ ଆଘାତ ନଦେଉ। ମୋତେ ଲୋକ ମାଆ ସୀତାଙ୍କ ରୂପରେ ଦେଖୁଥିବାରୁ ମୁଁ ସବୁବ‌େଳେ ସେ ଦିଗକୁ ଧ୍ୟାନ ଦେଇଥାଏ। ସେଥିପାଇଁ ମୁଁ କେବେ ବି ମୋର ମର୍ଯ୍ୟାଦା ଭୁ‌ଲେ ନାହିଁ। ଲୋକଙ୍କୁ ପସନ୍ଦ ଆସିବା ପରି ପୁରୁଣା ଗୀତରେ ଭିଡିଓ ବନାଏ। ତଥାପି ବି କେଉଁଠି ନା କେଉଁଠି ପ୍ରଶଂସକମାନଙ୍କୁ ଅଭିଯୋଗ ରହୁଛି। ସେମାନେ ମୋତେ କହୁଛନ୍ତି ଏପରି କପଡ଼ା ପିନ୍ଧନ୍ତୁନି, ଏପରି ଭିଡିଓ ବନାନ୍ତୁନି। ମୁଁ ଜାଣେ ସୀତା ମାଆଙ୍କ ପ୍ରତିଛବି ନେଇ ମୁଁ ଲୋକଙ୍କ ମନରେ ରହିଛି। ସେଥିପାଇଁ ପୂରା ଚେଷ୍ଟା କରୁଛି କାହାକୁ ଆଘାତ ନଦେବାକୁ। ତଥାପି ବି ଲୋକେ ଆଘାତ ପାଇ ଯାଉଛନ୍ତି।’