ନିଜ ପ୍ରେମିକମାନଙ୍କ ଦ୍ୱାରା ଏହି ବଲିଉଡ୍‌ ଅଭିନେତ୍ରୀ ହୋଇଥିଲେ ଶାରୀରିକ ନିର୍ଯାତନାର ଶିକାର

ବଲିଉଡ୍‌ ଅନେକ ସଫଳ ଏବଂ ବିଫଳ ପ୍ରେମ କାହାଣୀର ମୂକସାକ୍ଷୀ ପାଲଟିଛି । ଅନେକ କଳାକାରମାନଙ୍କ ସଫଳ ପ୍ରେମ କାହାଣୀ ଉଦାହରଣ ସୃଷ୍ଟି କରିଥିବା ବେଳେ, ଅନେକ ବିଫଳ ପ୍ରେମ କାହାଣୀ ମଧ୍ୟ ବଲିଉଡ୍‌ରେ ଦେଖିବାକୁ ମିଳିଛି । କିଛି ଅଭିନେତା-ଅଭିନେତ୍ରୀ ପ୍ରେମ ପରେ ବିବାହ କରିଥିବା ବେଳେ କିଛି ଅଭିନେତା-ଅଭିନେତ୍ରୀଙ୍କ ପ୍ରେମ ପରବର୍ତ୍ତୀ ସମୟରେ ଶତ୍ରୁତାରେ ବଦଳି ଯାଇଛି । ଆଜି ଆମେ ସେଭଳି କିଛି ବିଫଳ ପ୍ରେମ କାହାଣୀ ବିଷୟରେ ଆପଣଙ୍କୁ ଜଣାଇବୁ । ଯାହାର ଅନ୍ତ ଅତ୍ୟନ୍ତ ହୃଦୟ ବିଦାରକ ଥିଲା…

୧. ନିଜର ସ୍ୱୟମ୍ବର କରାଇ ଅନେକ ମହିଳାଙ୍କ ମଧ୍ୟରୁ ଡିିମ୍ପି ଗାଙ୍ଗୁଲିଙ୍କୁ ବାଛିଥିଲେ ରାହୁଲ ମହାଜନ । କିନ୍ତୁ ବିବାହର କିଛି ଦିନ ପରେ ସବୁ ବଦଳି ଯାଇଥିଲା । ରାହୁଲ ଡିମ୍ପିଙ୍କୁ ମାଡ଼ ମାରୁଥିବା ସହ ପ୍ରତି କଥାରେ ବନ୍ଧୁକ ଦେଖାଉଥିଲେ ବୋଲି ଅଭିଯୋଗ ଆଣିଥିଲେ ଡ଼ିମ୍ପି । ଯାହା ପରେ ଦୁହେଁ ପରସ୍ପରଠାରୁ ଅଲଗା ହେବା ପରେ ଡ଼ିମ୍ପି ନିଜର ବନ୍ଧୁ ରୋହିତ ରଏଙ୍କୁ ବିବାହ କରିଥିଲେ ।

bollywoodbubble.com

୨. ନିଜର ମତ ଏବେ ସମସ୍ତଙ୍କ ସାମ୍ନାରେ ବିନା କୌଣସି ଡ଼ରରେ ରଖୁଥିବା ଅଭିନେତ୍ରୀ କଙ୍ଗନା ମଧ୍ୟ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ । ଆଦିତ୍ୟ ପାଞ୍ଚୋଲିଙ୍କୁ ଡ଼େଟ୍‌ କରୁଥିବା ସମୟରେ ଆଦିତ୍ୟ କଙ୍ଗନାଙ୍କୁ ମାଡ଼ ମାରୁଥିଲେ ବୋଲି ଜଣା ପଡ଼ିଛି ।

bollywoodbubble.com

୩. ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ ଓରଫ୍‌ ପ୍ରେରଣା ମଧ୍ୟ ଘରୋଇ ହିଂସାର ଶିକାର ହୋଇଥିଲେ । ରାଜା ଚୌଧୁରୀଙ୍କୁ ବିବାହ କରିବା ପରେ ତାଙ୍କ ଜୀବନ ବଦଳି ଯାଇଥିଲା । ରାଜା ସବୁ ବେଳେ ଶ୍ୱେତାଙ୍କୁ ମାଡ଼ ମାରୁ ଥିବାରୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ ।

bollywoodbubble.com

୪.ବଲିଉଡ୍‌ର ସଲମାନ-ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ସବୁଠାରୁ ଚର୍ଚ୍ଚିତ ପ୍ରେମ କାହାଣୀ ହୋଇ ରହିଛି ଏବଂ ରହିବ । କିନ୍ତୁ ଦୁହିଁଙ୍କ ପ୍ରେମ କାହାଣୀର ଅନ୍ତ ଅତି ଦୁଃଖଦ ଥିଲା । ସଲମାନ ଐଶ୍ୱର୍ଯ୍ୟାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅନେକ ଚର୍ଚ୍ଚା ହୋଇଥିବା ବେଳେ ଶେଷରେ ସଲମାନଙ୍କ ଏଭଳି ଗୁଣ ପାଇଁ ଐଶ୍ୱର୍ଯ୍ୟା ସଲମାନଙ୍କୁ ଛାଡ଼ି ଅଭିଷେକଙ୍କୁ ବିବାହ କରିଥିଲେ ।

bollywoodbubble.com
ସମ୍ବନ୍ଧିତ ଖବର