ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଖୁଲାସା,୧୮ବର୍ଷ ପୂର୍ବେ କେବିସି ଚାଲୁଥିବା ସମୟରେ ହୋଇଥିଲେ ଏହି ଗମ୍ଭୀର ରୋଗର ଶିକାର

ମୁମ୍ବାଇ : ବୁଧବାର କୌନ ବନେଗା କରୋଡ଼ପତିରେ ହଟ୍‌ ସିଟ୍‌ରେ ବସିବାର ସୌଭାଗ୍ୟ ପାଇଥିଲେ କାଜଲ ପଟେଲ । ଖେଳ ଆରମ୍ଭ ହେବା ପରେ କାଜଲଙ୍କୁ ଏକ ଏମିତି ପ୍ରଶ୍ନ ଆସିଥିଲା, ଯାହା ବିଗ୍‌ ବିଙ୍କୁ ୧୮ବର୍ଷ ପଛକୁ ନେଇ ଯାଇଥିଲା । ଏହି ପ୍ରଶ୍ନକୁ ଦେଖି ବିଗ୍‌ ବି ୧୮ବର୍ଷ ପୂର୍ବେ ଯେଉଁ ରୋଗରେ ଆକ୍ରାନ୍ତ ହୋଇଥିଲେ,ସେ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ।

TheKidsLogic.com

ସୂଚନା ମୁତାବକ, କାଜଲଙ୍କ ଆଗରେ ୪୦,୦୦୦ ଟଙ୍କା ପାଇଁ ପ୍ରଶ୍ନ ରଖାଯାଇଥିଲା । ପ୍ରଶ୍ନଟି ଟିବି ରୋଗ ସହ ଜଡ଼ିତ ଥିଲା । ଏହି ପ୍ରଶ୍ନର ଉତ୍ତର କାଜଲ ରଖି ସାରିବା ପରେ ବିଗ୍‌ ବି ନିଜେ ଏହି ରୋଗରେ ପୀଡ଼ିତ ହୋଇ ସାରିଥିବା କହିଥିଲେ । ସେ କହିଥିଲେ, ‘୨୦୦୦ମସିହାରେ ମୁଁ କେବିସିର ସୁଟିଂ କରୁଥିବା ବେଳେ ମୋ ପିଠିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କିନ୍ତୁ ମୁଁ ଏହାକୁ ଅଣଦେଖା କରି ଦେଇଥିଲି । ଅଧିକ ସମୟ ଚେୟାରରେ ବସୁଥିବାରୁ ଏପରି ହେଉଥିବା ଭାବି ମୁଁ ମୋର ଚିକିତ୍ସା କରାଇ ନଥିଲି । ଯେତେବେଳେ ଅସହ୍ୟ ଯନ୍ତ୍ରଣା ହେଲା ସେତେବେଳେ ଯାଇ ମୁଁ ପରୀକ୍ଷା କରାଇଥିଲି । ପରୀକ୍ଷା ପରେ ମୋ ସ୍ପାଇନାଲ ଟ୍ୟୁବରକୁଲୋସିସ୍‌ ହୋଇଥିବା ସାମ୍ନାକୁ ଆସିଥିଲା । ପରେ ମୋର ଚିକିତ୍ସା ଆରମ୍ଭ ହେଲା । ଏହି ରୋଗ ପାଇଁ ଦିନକୁ ମୁଁ ୮-୯ଟି ବଟିକା ଖାଉଥିଲି । ଧୈର୍ଯ୍ୟର ସହ ମୁଁ ଏହି ରୋଗର ଚିକିତ୍ସା କରାଇଥିଲି, ଯାହା ପାଇଁ ଆଜି ମୁଁ ଆପଣମାନଙ୍କ ଆଗରେ ବସିଛି।’

ସମ୍ବନ୍ଧିତ ଖବର