ବିବାହ ସମସ୍ତଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ, ଯାହାକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହାଁନ୍ତି । ହେଲେ ବିବାହ ରୀତିନୀତିରେ ଉପବାସ ରହିବା ହେତୁ ହୁଏତ ଅନେକ ବର କିମ୍ବା କନ୍ୟାଙ୍କୁ ଥକା ଲାଗିଥାଏ । ଯାହା ସେମାନଙ୍କ ମୁହଁ ଦେଖିଲେ ଜଣା ପଡ଼ିଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ସେଭଳି ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କନ୍ୟା ଘୁମଉଥିବା ଦେଖିବାକୁ ମିଳୁଛି। ଖାସ୍ କରି ହିନ୍ଦୁ ବିବାହର ଅନେକ ରୀତିନୀତି ରହିଛି । ଅନେକ ସମୟରେ ବର ଏବଂ କନ୍ୟାକୁ ବହୁତ କ୍ଳାନ୍ତ କରିଦିଏ ।

Advertisment

ବିଶେଷକରି ବିବାହର ରୀତିନୀତି ପାଇଁ ଗୋଟିଏ ଦିନ ପୂର୍ବରୁ ବର-କନ୍ୟା ଉଭୟ ବ୍ୟସ୍ତ ରହିଥାନ୍ତି । ଭାଇରାଲ୍ ହେଉଥିବା ଏହି ଭିଡିଓରେ, ଦେଖିବାକୁ ମିଳେ ଯେ କନ୍ୟା କିପରି ବସି ଘୁମଉଛନ୍ତି । କନ୍ୟା ନିଜେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । କନ୍ୟା ଶୋଇଥିବାବେଳେ ଭିଡିଓଗ୍ରାଫରଙ୍କ ନଜର ବର ଉପରେ ପଡିବା ପରେ ସେ ତାଙ୍କୁ ମଧ୍ୟ ଭିଡିଓ ଭିତରକୁ ଆଣିଛନ୍ତି । ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯେଉଁଥିରେ କନ୍ୟା ନାଲି ରଙ୍ଗର ବିବାହ ପୋଷାକ ପିନ୍ଧିଥିବା ଦେଖାଯାଏ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବର କିଛି ରୀତିନୀତି କରିବା ପାଇଁ ଠିଆ ହୁଏ, କିନ୍ତୁ କନ୍ୟା ଶୋଇପଡିଛି । ଏହି ଭିଡିଓଟି ବହୁତ ପୁରୁଣା ହେଲେବି ପୁଣି ଥରେ ଭାଇରାଲ ହେବାରେ ଲାଗିଛି । ଏବେ ଯାଏ ଏହି ଭିଡିଓକୁ ପନ୍ଦର ହଜାରରୁ ଅଧିକ ଲାଇକ୍ ଆସିଛି, ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।