କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଚିଠି ଲେଖିଲା ଅଲ୍‌ ଇଣ୍ଡିଆନ୍‌ ସିନେ ଓ୍ଵାର୍କରସ୍‌ ଆସୋସିଏସନ୍‌ : ପାକିସ୍ତାନୀ କଳାକାରଙ୍କ ଭିଜା ରଦ୍ଦ କରି ତୁରନ୍ତ ଭାରତରୁ ବିଦାୟ କର

ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ସାରା ଦେଶ ସକ୍ରିୟ ହୋଇ ପଡ଼ିଛି । ପାକିସ୍ତାନର ମୂଳପୋଛ କରିବାର ଦାବି କରିବା ସହ ପାକିସ୍ତାନୀମାନଙ୍କୁ ଭାରତକୁ ପ୍ରବେଶ କରାଇ ଦିଅ ନାହିଁ ବୋଲି ଦେଶବାସୀ ସ୍ୱର ଉତ୍ତୋଳନ କରିଛନ୍ତି । ତେବେ ଏ ଘଟଣାକୁ ନେଇ ସକ୍ରିୟ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଅଲ୍‌ ଇଣ୍ଡିଆନ ସିନେ ଓ୍ଵାର୍କରସ୍‌ ଆସୋସିଏସନ୍‌ । ଘଟଣା ଘଟିବା ପରେ ପାକିସ୍ତାନୀ କଳାକାରମାନଙ୍କୁ ବଲିଉଡ୍‌ରେ ବ୍ୟାନ୍‌ କରି ସାରିଥିବା ବେଳେ ଏବେ ସେମାନଙ୍କ ଭିସା ରଦ୍ଦ କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଚିଠି ଲେଖିଛି ଅଲ୍‌ ଇଣ୍ଡିଆନ ସିନେ ଓ୍ଵାର୍କରସ୍‌ ଆସୋସିଏସନ୍‌ ।

Indiatimes.com

ଚିଠିରେ ପୁଲଓ୍ଵାମାରେ ଘଟିଥିବା ଘଟଣା ପାଇଁ ଗଭୀର ଦୁଃଖପ୍ରକାଶ କରିବା ସହ ସହିଦ୍‌ମାନଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଛନ୍ତି । ଆମେ ସବୁ ଏକତ୍ରିତ ହୋଇ ଏହାର ପ୍ରତିବାଦ କରୁଛୁ । ପାକିସ୍ତାନ ଯେଉଁଭଳି ଭାବରେ ଲଜ୍ଜାଜନକ ଏବଂ ଭୀରୁତାର କାମ କରିଛି, ସେଭଳି କାମକୁ ଆମେ କଡ଼ା ନିନ୍ଦା କରୁଛୁ । ଘଟଣାକୁ ଆଖି ଆଗରେ ରଖି ଆମେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଜୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛୁ କି, ପାକିସ୍ତାନୀ କଳାକାରମାନଙ୍କର ଭିସା ରଦ୍ଦ କରିବା ସହ ସେମାନଙ୍କୁ ପାକିସ୍ତାନ ପଠାଇ ଦିଆଯାଉ । ଆମର ସାହାସୀ ଯବାନମାନେ ଆମ ପାଇଁ ନିଜ ଜୀବନ ଦେଇଦେଲେ । ଏତେ ସବୁ ପରେ ବି ଆମେ କ’ଣ ପାକିସ୍ତାନୀମାନଙ୍କ ଦ୍ୱାରା ନିଜର ମନୋରଞ୍ଜନ କରିବା? ଯମା ବି ନୁହେଁ, ଏ ସବୁକୁ ସମାପ୍ତ କରିବାକୁ ହେବ ବୋଲି ଲେଖି ଚିଠି ପଠା ଯାଇ ସାରିଛି । ଏବେ ଏହା ଉପରେ ସୁଷମା ସ୍ୱରାଜ କ’ଣ ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର