ତାପସି ଓ ଅନୁରାଗଙ୍କ ଘରେ ଆୟକର ଚଢ଼ଉ

ବଲିଉଡ୍‌ ଅଭିନେତ୍ରୀ ତାପସି ପନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମୁମ୍ବାଇସ୍ଥିତ ବାସଭବନରେ ଆୟକର ବିଭାଗ ଚଢ଼ଉ କରିଛି। ଏହା ସହିତ ପୁନେ ଘର ସହ ପ୍ରାୟ ୨୨ଟି ସ୍ଥାନରେ ଚଢ଼ଉ ହୋଇଛି। ମଧୁ ମାଣ୍ଟେନା ଓ ଅନ୍ୟାନ୍ୟ ବି-ଟାଉନ୍ କଳାକାରଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି। ତେବେ ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ଚଢ଼ଉ କରିଥିବା ବେଳେ ଏଯାବତ୍ କେତେ ଟଙ୍କା ଜବତ କରିଛି ସେ ନେଇ କୌଣସି ଖବର ଦେଇନାହିଁ।

ସମ୍ବନ୍ଧିତ ଖବର