ପ୍ରିୟଙ୍କା ଚୋପ୍ରାଙ୍କୁ ପୁଣି ଆୟକର ବିଭାଗର ନୋଟିସ୍‌

ମୁମ୍ବାଇ: ନାୟିକା ପ୍ରିୟଙ୍କା ଚୋପ୍ରା ଏବେ ଆୟକର ବିଭାଗର କୋପ ଦୃଷ୍ଟିରେ ପଡ଼ିଛନ୍ତି।୨୦୧୧ରେ ଆୟକର ବିଭାଗ ପକ୍ଷରୁ ତାଙ୍କୁ ଅନିୟମିତତା ନେଇ ଏକ ନୋଟିସ୍‌ ଦିଆଯାଇଥିଲା।ଆୟକର ବିଭାଗ ପକ୍ଷରୁ କୁହାଯାଉଛି ଯେ,ଗ୍ରହଣ କରିଥିବା ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଆୟକର ଦେବା ବାଧ୍ୟତାମୂଳକ। ୨୦୧୧ରେ ଆୟକର ବିଭାଗ ପକ୍ଷରୁ ପ୍ରିୟଙ୍କା ଚୋପ୍ରାଙ୍କ ବାସଭବନରେ ଚଢ଼ଉ କରାଯାଇଥିଲା। ସେହି ଚଢ଼ଉ ବେଳେ ଆୟକର ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ଏକ ବିଳାସପୂର୍ଣ୍ଣ କାର୍‌ ଓ ମୂଲ୍ୟବାନ୍‌ ଘଣ୍ଟା ବାବଦରେ ପ୍ରିୟଙ୍କା ଚୋପ୍ରା ଆୟକର ଦେଇ ନାହାନ୍ତି। ସେ ଆମେରିକୀୟ ଟିଭି ସିରିଜ୍‌ ‘କ୍ୱାଣ୍ଟିକୋ’ ଲିଡ଼୍‍ ରୋଲ୍‌ କରିଥିଲେ। ସେତେବେଳେ ପ୍ରିୟଙ୍କା କହିଥିଲେ ଯେ ତାଙ୍କର ପରଫରମାନ୍‌ସରେ ଉତ୍ସାହିତ ହୋଇ ଏକ କଂପାନି ପକ୍ଷରୁ ଏଲଭି ଏମ୍‌ଏଚ୍‌-ଟ୍ୟାଗ୍‌ ଓମଚ୍‌ (ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କା)ଓ ଟୋୟୋଟା -ପ୍ରିୟୁଷ୍‌ କାର୍‌(ଯାହାର ମୂଲ୍ୟ୨୭ ଲକ୍ଷ ଟଙ୍କା) ଉପହାର ସ୍ୱରୂପ ଦିଆଯାଇଥିଲା।

photo–zee news

ସେହି ଚଢ଼ାଉ ସମୟରେ ଆୟକର ଅଧିକାରୀମାନେ ଏକ ଡ଼ାଇରି ମଧ୍ୟ ଜବତ କରିଥିଲେ,ଯେଉଁ ଥିରେ ପ୍ରିୟଙ୍କାର ସମସ୍ତ ଦେଣ-ନେଣ ତଥ୍ୟ ବିସ୍ତୃତ ଆକାରରେ ଉଲ୍ଲିଖିତ ଥିଲା।ତାଙ୍କୁ ତତ୍‌କ୍ଷଣାତ୍‌ ଟିକସ୍‌ ପଇଠ କରିବା ଲାଗି ନିର୍ଦ୍ଦେଶ ଦିଆ ଯାଇଥିଲା। ଏହା ବିରୋଧରେ ପ୍ରିୟଙ୍କା ଟ୍ରିବ୍ୟୁନାଲ୍‌ରେ ଆବେଦନ କରିଥିଲେ। କିନ୍ତୁ ସେଠି ମଧ୍ୟ ତାଙ୍କୁ ସମାନ ନିର୍ଦ୍ଦେଶ ଦିଆ ଯାଇଥିଲା। ହେଲେ ଏଯାବତ୍‌ ପ୍ରିୟଙ୍କା ଚୋପ୍ରା ଉକ୍ତ ଆୟକର ପଇଠ କରିନଥିବା ହେତୁ ଆୟକର ବିଭାଗ ପୁଣି ତାଙ୍କୁ ନୋଟିସ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର