ଫ୍ୟାସନ ଟିଭିରେ ପ୍ରସାରିତ ହେଉଥିବା ସୋ’କୁ ଦେଖି ଦେଖି ଇଣ୍ଟରନ୍ୟାସନାଲ ମଡେଲ ପାଲଟିଗଲେ ଏହି ମହିଳା, ଜାଣନ୍ତୁ ତାଙ୍କ ସଫଳତାର ଯାତ୍ରା ବିଷୟରେ

ନୂଆଦିଲ୍ଲୀ : ଜୟପୁରରେ ଆୟୋଜିତ ହୋଇଥିବା ଏକ ସୋ’ରେ ଯୋଗ ଦେଇ ଜଣେ ଇଣ୍ଟରନ୍ୟାସ୍‌ନାଲ ମଡ଼େଲ ନିଜ ସଫଳତାର ଯାତ୍ରା ବିଷୟରେ ବଖାଣିଛନ୍ତି । କିପରି ଆରମ୍ଭରୁ ଏହି ପେସାରେ କ୍ୟାରିୟର କରିବା ପାଇଁ ଘର ଲୋକଙ୍କର ସହାୟତା ମିଳି ନ ଥିଲା ଏବଂ ତା’ ସତ୍ତ୍ୱେ ମଧ୍ୟ ସେ ବିଭିନ୍ନ ବାଧା ବନ୍ଧନକୁ ଭାଙ୍ଗି ଆଗେଇ ଚାଲିଥିଲେ ସେ ବିଷୟରେ ସେ ଜଣାଇଥିଲେ ।

Vogue

ସୂଚନା ମୁତାବକ,ଜୟପୁରରେ ଆୟୋଜିତ ହୋଇଥିବା ଇଣ୍ଡିଆ ଟୁଡ଼େ ଉମେନ ସମିଟ୍‌ରେ ଯୋଗ ଦେଇ ଇଣ୍ଟରନ୍ୟାସନାଲ ମଡ଼େଲ କିୟାରା ନିଜ  ସଂଘର୍ଷ ଓ ସଫଳତାର କାହାଣୀ କହିଛନ୍ତି ।  ସେ କହିଛନ୍ତି, ‘୧୦ବର୍ଷ ବୟସରୁ ମୁଁ ଫ୍ୟାସନ ଟିଭିରେ ପ୍ରସାରିତ ହେଉଥିବା ସବୁ ସୋ’କୁ ଦେଖୁଥିଲି । ଏହା ପରେ ମୋତେ ଏକ ମଡ଼େଲ ହେବାର ଅଛି ବୋଲି ମୁଁ ଜାଣି ନେଇଥିଲି । ଆରମ୍ଭରୁ ମୋ ପରିବାର ମୋତେ ସମର୍ଥନ ଜଣାଇ ନ ଥିଲେ । କିନ୍ତୁ ଧିରେ ଧିରେ ସେମାନେ ବୁଝିଥିଲେ । ଆଜି ବି ମୋ ସଂପର୍କୀୟମାନେ ଏହି ପେସାକୁ ଖରାପ ବୋଲି ଭାବି ମୋ ସହ କଥା ହେଉ ନାହାନ୍ତି ବୋଲି ମୁଁ ଦୁଃଖିତ ।’

ସମ୍ବନ୍ଧିତ ଖବର