ନେହା କକ୍କରଙ୍କୁ ପ୍ରତିଯୋଗୀଙ୍କ ଚୁମ୍ବନ ଦେବା ଘଟଣା : ଆଦିତ୍ୟ କହିଲେ; ଉଦ୍ଦେଶ୍ୟ ଖରାପ ନ ଥିଲା

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଇଣ୍ଡିଆନ୍‌ ଆଇଡଲର ସିଜିନ୍‌-୧୧କୁ ଜଜ୍‌ କରୁଛନ୍ତି । ଏହି ସୋ’ ପାଇଁ ଅଡିସନ ଚାଲିଥିବା ବେଳେ ତାଙ୍କ ସହ ଘଟିଥିବା ଘଟଣା ଉପସ୍ଥିତ ଦର୍ଶକଙ୍କ ସମେତ ସାରା ଦେଶକୁ ଚମକାଇ ଦେଇଥିଲା । ଅଡିସନ ଦେବାକୁ ଆସିଥିବା ଜଣେ ପ୍ରତିଯୋଗୀ ନେହାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଗାଲକୁ ହଠାତ୍‌ ଚୁମ୍ବନ ଦେଇଥିଲେ । ଏ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ସୋ’ର ଉପସ୍ଥାପକ ଆଦିତ୍ୟ ନାରାୟଣ ନିଜର ମତ ରଖିଛନ୍ତି ।

Neha Kakkar
amarujala.com

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ସେ କହିଛନ୍ତି କି, ଘଟଣାଟି ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । କେହି ବି ସେ ବିଷୟରେ ଚିନ୍ତା କରି ନଥିଲେ । ଦୃଶ୍ୟଟି ଦେଖି ଆମେ ସମସ୍ତେ ନେହାଙ୍କୁ ତାଙ୍କଠାରୁ ଛଡ଼ାଇ ଆଣିବା ପାଇଁ ଚେଷ୍ଟା କରିଥିଲୁ । ସୋ’ର ନିର୍ମାତା ଯୁବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି ନାହିଁ, ତାହା ମୁଁ ଜାଣି ନାହିଁ । କିନ୍ତୁ ଉପସ୍ଥାପକ ଭାବରେ ମୁଁ ତାଙ୍କୁ ନେହାଙ୍କଠାରୁ ଦୂରେଇ ନେଇଥିଲି । କିନ୍ତୁ ମୋ ଜାଣିବାରେ ତାଙ୍କ ଉଦ୍ଦେଶ୍ୟ ଖରାପ ନଥିଲା । ଯୁବକଙ୍କ ହାତରେ ନେହାଙ୍କ ନାଁ ଲେଖାଥିବା ସହ ସେ ନେହାଙ୍କୁ ଖୁବ୍‌ ପସନ୍ଦ କରୁଥିବା ଆମେ କହି ପାରିବା । କିନ୍ତୁ ପ୍ରଶଂସକ ହିସାବରେ ଏକ ସୀମା ରହିବା ଦରକାର । ଯାହାକୁ ଯୁବକଜଣଙ୍କ ପାର୍‌ କରି ଯାଇଥିଲେ ବୋଲି କହିଛନ୍ତି ଆଦିତ୍ୟ ନାରାୟଣ ।

ସମ୍ବନ୍ଧିତ ଖବର